24 May 2017
9:15:14 PM
image
Sambad News
ଗଞ୍ଜାମ

ଡକାୟତି ଯୋଜନା ପଣ୍ଡ

ପିସ୍ତଲ, ବୋମା, ଖଣ୍ଡା ସହ ୩ ପଡ଼ିଲେ

By Sambad | Date: Jan 5 2017 11:02AM
ଡକାୟତି ଯୋଜନା ପଣ୍ଡ

ଜଗନ୍ନାଥପ୍ରସାଦ: ଏକ ବଡ଼ ଧରଣର ଡକାୟତ ଉଦ୍ୟମକୁ ପଣ୍ଡ କରିଛି ଜଗନ୍ନାଥପ୍ରସାଦ ଥାନା ପୁଲିସ ।  ଚଢ଼ିଆପଲ୍ଲୀ ଓ ପଞ୍ଚଭୂତି ମଧ୍ୟରେ ଥିବା ମୁଣ୍ଡିଆ ପାହାଡ ଆମ୍ବତୋଟା ନିକଟରେ ଗତରାତି ୧୧ଟାରେ  ଡକାୟତି ପାଇଁ ଉଦ୍ୟମ କରୁଥିବା  ବେଳେ ପୁଲିସ ହାତରେ ତିନି ଜଣ ଦୁର୍ବୃତ୍ତ ଧରାପଡ଼ିଛନ୍ତି । ସେମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ମାନେ ହେଲେ ବେଗୁନିଆ ଗ୍ରାମର ଶଙ୍କର ନାଇକ, ଭଗବନା ନାଇକ ଏବଂ ଧୋବା ନାଇକ।

ସେମାନଙ୍କଠୁ ଗୋଟିଏ ପିସ୍ତଲ ସମେତ ୪ଟି ଗୁଳି, ଦୁଇଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଦୁଇ ପ୍ୟାକେଟ ଲଙ୍କାଗୁଣ୍ଡ, ମଦ ବୋତଲ, ଦୁଇଟି ମୋବାଇଲ ଏବଂ ବାଇକ୍‌  (ଓଡ଼ି୨୫-୧୨୯୪) ଜବତ ହୋଇଥିବା ନେଇ ଆଇଆଇସି ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ତେବେ ଦୁଇଜଣ ଦୁର୍ବୃତ୍ତ ସତ୍ୟଜିତ୍‌ ପଟ୍ଟନାୟକ ଏବଂ ନିମିନା ଗ୍ରାମର ଲଡୁକିଶୋର ସାହୁ ଫେରାର୍‌ ହୋଇଯାଇଛନ୍ତି। 

ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ୍‌ ମୁଣ୍ଡିଆ ପାହାଡ ଆମ୍ବତୋଟା ନିକଟରେ ରାଜ୍ୟ ରାଜପଥରେ ଯାତ୍ରୀ ଓ ବାଇକ ଚାଳକଙ୍କୁ  ମାରଣାସ୍ତ୍ର ଦେଖାଇ ଡକାୟତି ପାଇଁ ଯୋଜନା କରୁଥିଲେ। ସଂଗେ ସଂଗେ ପୁଲିସ ସେଠାରେ ଚଢଉ କରି ସମସ୍ତଙ୍କୁ କାବୁ କରି ନେଇଥିଲା। ଏଏସଆଇ ଶିଶିର କୁମାର ପ୍ରଧାନ, ହାବିଲଦାର ବିପ୍ର ଚରଣ ବିଷୋୟୀ, ମନୋରଞ୍ଜନ ଷଡ଼ଙ୍ଗୀ, ରମେଶ ମହାପାତ୍ର, ପ୍ରଫୁଲ୍ଲ ପାଣିଗ୍ରାହୀ ଓ ଦିବାକର ରାଉତ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ ।

image