22 August 2017
5:24:13 AM
image
Sambad News
ଗଞ୍ଜାମ

ଜ୍ୟୋତିବିହାର ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

By Sambad | Date: Jan 6 2017 1:47AM
ଜ୍ୟୋତିବିହାର ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ
Photo by : politicalecho.com

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାରସ୍ଥିତ ବ୍ରହ୍ମପୁତ୍ର ହଷ୍ଟେଲରେ ଜଣେ ପିଜି ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛାତ୍ର ଜଣକ ବାମ ହାତକୁ କାଟିବା ସହ ପୁଳାଏ ନିଦ ବଟିକା ମଧ୍ୟ ଖାଇଥିବା କୁହାଯାଉଛି। ଜ୍ୟୋତିବିହାର ଆଉଟ୍‌ ଷ୍ଟପ୍‌ ଠାରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ସେଠାରୁ ବୁର୍ଲା ବଡ଼ ମେଡିକାଲ୍‌ ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ବିପଦମୁକ୍ତ ହୋଇଛି। ଛାତ୍ର ଜଣକଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡିନଥିଲେ ମଧ୍ୟ ଏହା ପଛରେ ପ୍ରେମ ଜନିତ କାରଣ ଥିବା ଶୁଣାଯାଉଛି। ଛାତ୍ରଙ୍କ ଘର ବାଲେଶ୍ୱର ଜିଲ୍ଲାରେ ବୋଲି ଜଣାପଡିଛି।