20 February 2017
12:21:28 AM
Sambad News
ରାଜ୍ୟ

ଗଜପତି ୨ ଦିନ ପରେ ଚେନ୍ନାଇ ଛାଡ଼ିବେ!

By Sambad | Date: Jan 6 2017 5:26AM
ଗଜପତି ୨ ଦିନ ପରେ ଚେନ୍ନାଇ ଛାଡ଼ିବେ!

ପାରଳାଖେମୁଣ୍ଡି : ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କୁ ପାରଳାଖେମୁଣ୍ଡି ଆଣିବା ପାଇଁ ପ୍ରୟାସ ଚାଲିଥିବା ବେଳେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ତାଙ୍କୁ ବିଶାଖାପାଟଣା ଅଥବା ଭୁବନେଶ୍ୱରରେ କୌଣସି ଘରୋଇ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ନିଷ୍ପତ୍ତି ନେଉଥିବା ବିଶେଷ ସୁତ୍ରରୁ ଖବର ମିଳିଛି । ତେବେ ଆସନ୍ତା ୨ ଦିନ ମଧ୍ୟରେ ଗୋପୀନାଥ ଗଜପତି ଚେନ୍ନାଇ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଛି।
 
ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ଗୋପୀନାଥ ଗଜପତିଙ୍କୁ ପାରଳାଖେମୁଣ୍ଡି ଆଣିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଚେନ୍ନାଇ ବିମାନ ବନ୍ଦରରେ ସେ ପାରଳାଖେମୁଣ୍ଡି ଫେରିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ଏ ବିଷୟରେ ରାଜ୍ୟ ସରକାର ଅବଗତ ହେବା ପରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ତାଙ୍କ ଝିଅ ରାଜକୁମାରୀ କଲ୍ୟାଣୀ ରାଜ୍ୟ ସରକାରଙ୍କୁ କିଛି ବାସ୍ତବିକ ଅସୁବିଧା ବିଷୟରେ ଅବଗତ କରାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାଯ୍ୟର୍ାଳୟ ତରଫରୁ ଏଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଅପରପକ୍ଷେ, ଏହି ଅବସରରେ ରାଜପ୍ରାସାଦର ବିଦ୍ୟୁତ ବିଲ୍‌ ବହୁମାସ ଧରି ପୈଠ ହୋଇନଥିବାରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ଫଳରେ ବର୍ତ୍ତମାନ ରାଜପ୍ରସାଦ ଅନ୍ଧାର ଘେରରେ ରହିଥିବାରୁ ଏହାକୁ ନେଇ ଜନଅସନ୍ତୋଷ ମଧ୍ୟ ସୃଷ୍ଟି ହୋଇଛି। 
 
ଅପରପକ୍ଷେ, ଗୋପୀନାଥ ଗଜପତିଙ୍କୁ ଚେନ୍ନାଇ ସ୍ଥାନାନ୍ତର କରିବା ପରେ ପ୍ରାସାଦରେ ରହିଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକ କ’ଣ ହେବ ବୋଲି ଏବେ ପ୍ରଶ୍ବନ ଉଠିଛି। ତେବେ ରାଜପ୍ରାସାଦରେ ସେପରି କିଛି ଟଙ୍କା କିଛି ଅଛି କି ନାହିଁ ତାହା ବିଷୟରେ ଠିକ୍‌ ଖବର ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର ଆତ୍ମହତ୍ୟା କରିନଥିଲେ ଜଣାପଡ଼ିଥାନ୍ତା। ତେବେ ରାଜପ୍ରାସାଦର ବିଭିନ୍ନ ଆୟକୁ ଆକଳନ କଲେ ନିଶ୍ଚିତ ଭାବେ କାଯ୍ୟର୍ାଳୟରେ କିଛି ପୁରୁଣା ନୋଟ୍‌ ରହିଥିବ ଏବଂ ବିମୁଦ୍ରାକରଣ ପରେ ତାହା ବ୍ୟାଙ୍କକୁ ଯାଇପାରିନଥିବା ଅନୁମାନ କରାଯାଉଛି। ଗୋପୀନାଥ ଗଜପତି ଓ ତାଙ୍କ ଝିଅ ପାରଳା ଫେରିଲେ ହିଁ ପୁରୁଣା ନୋଟ୍‌ ବିଷୟରେ ଠିକ୍‌ ଖବର ମିଳିବ ବୋଲି କୁହାଯାଉଛି।