25 June 2017
9:03:55 AM
Sambad News
ଗଞ୍ଜାମ

ତପ୍ତପାଣି ଘାଟିରେ ୨୦୦ ଫୁଟ ତଳକୁ ଖସିଲା ଟ୍ରକ୍‌ : ଡ୍ରାଇଭର, ହେଲ୍‌ପର ମୃତ

By Sambad | Date: Jan 8 2017 12:35AM
ତପ୍ତପାଣି ଘାଟିରେ ୨୦୦ ଫୁଟ ତଳକୁ ଖସିଲା ଟ୍ରକ୍‌ : ଡ୍ରାଇଭର, ହେଲ୍‌ପର ମୃତ

ପାଟପୁର : ଗଞ୍ଜାମ  ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଆଜି ଭୋର୍‌ ୫ଟାରେ ଏକ ମକା ମଞ୍ଜି ବୋଝେଇ ଟ୍ରକ୍‌ ୨୦୦ ଫୁଟ ତଳକୁ ଖସି ପଡ଼ିବାରୁ ଡ୍ରାଇଭର ଏବଂ ହେଲପର୍‌ଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳର ଡ୍ରାଇଭର ଅରୁଣ କୁମାର ପାଣିଗ୍ରାହୀ (୩୮) ଏବଂ ହେଲ୍‌ପର ଲକ୍ଷ୍ମୀ ନାରାୟଣ ଗୌଡ଼ (୩୫)। ଏହି ଘଟଣା ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଘଟଣାସ୍ଥଳରେ ପାଟପୁର ଥାନା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଛି।
 
ମିଳିଥିବା ସୂଚନାସୁାରେ, ଆଜି ଭୋର୍‌ରୁ ଏହି ୧୦ ଚକିଆ ଟ୍ରକ୍‌(ଓଡି୦୭-୫୬୯୧)ଟି ମହେନ୍ଦ୍ରଗଡ଼ରୁ ମକା ମଞ୍ଜି ବସ୍ତା ବୋଝେଇ କରି ବ୍ରହ୍ମପୁର ଅଭିମୁଖେ ଆସୁଥିଲା। ଘାଟିରେ ଟ୍ରକ୍‌ଟି ଧୀରେ ଧୀରେ ଆସୁଥିବା ବେଳେ ଏକ ବୁଲାଣି (ଏସ୍‌-ଟର୍ଣ୍ଣ) ନିକଟରେ ଏହା ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ପ୍ରଚଣ୍ଡ ଶବ୍ଦ କରି ଟ୍ରକ୍‌ଟି ଖସିବା ସହ ଭାଙ୍ଗି ସଂପୂର୍ଣ୍ଣ ଚୂରମାର୍‌ ହୋଇଯାଇଥିଲା। ଏଥି ସହିତ ମକା ମଞ୍ଜି ବସ୍ତାଗୁଡ଼ିକ ଏଣେତେଣେ ବିଛେଇ ହୋଇ ପଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ଡ୍ରାଇଭର ଅରୁଣ ଓ ହେଲପର ନାରାୟଣ ପ୍ରାଣ ହରାଇଥିଲେ। ପାଟପୁର ଥାନାରେ ଏକ ମାମଲା ରୁଜୁ ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।