27 March 2017
12:14:19 AM
Sambad News
ଗଞ୍ଜାମ

‘ସମ୍ବାଦ’ କର୍ମଚାରୀଙ୍କ ମାତୃ ବିୟୋଗ

By Sambad | Date: Jan 8 2017 1:59AM
‘ସମ୍ବାଦ’ କର୍ମଚାରୀଙ୍କ ମାତୃ ବିୟୋଗ

ବ୍ରହ୍ମପୁର : ଆଜି ଭୋର୍‌ ୫ଟାରେ ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ସହସମ୍ପାଦକ ପ୍ରଭାତ କୁମାର ନାୟକଙ୍କ ମାତା କାଞ୍ଚନ ନାୟକ(୮୫)ଙ୍କର ଆସିକା ବ୍ଲକ ବାବନପୁର ଗ୍ରାମ ନିଜସ୍ୱ ବାସଭବନରେ ପରଲୋକ ଘଟିଛି। ଜଣେ ଧର୍ମପରାୟଣା ଓ ପରୋପକାରୀ ଭାବେ ପରିଚିତ କାଞ୍ଚନଙ୍କ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ପୁଅ ବିନୟ, ଅଶୋକ, ବାବନପୁର ସରପଞ୍ଚ ପ୍ରଦୀପ ଓ ଝିଅ ସୁକାନ୍ତିଙ୍କ ସମେତ ଚାରି ଜ୍ୱାଇଁ, ନାତିନାତୁଣୀ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ। ବ୍ରହ୍ମପୁର ‘ସମ୍ବାଦ’ ସଂସ୍କରଣ ସଂଯୋଜକ ନବୀନ ଚନ୍ଦ୍ର ସାହୁ, ମୁଖ୍ୟ ସହସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଭୈରବ ଚନ୍ଦ୍ର ବ୍ରହ୍ମା, ସହସମ୍ପାଦକ ମନୋଜ ସାମଲ, ଦୁର୍ଗା ମାଧବ ବେହେରା , ଜଗନ୍ନାଥ ସାହୁ, କୈଳାସ ଚନ୍ଦ୍ର ପାଢ଼ୀ, ଲକ୍ଷ୍ମୀ ବେଜ, ଜ୍ଞାନେନ୍ଦ୍ର ନାରାୟଣ ରଥ, ସୁଦୀପ୍ତ ଷଡ଼ଙ୍ଗୀ, ବିଜ୍ଞାପନ ଓ ପ୍ରସାର ବିଭାଗ କର୍ମକର୍ତ୍ତା ବୃନ୍ଦ ଗଭୀର ଶୋକ ପ୍ରକଟ କରିଛନ୍ତି।