30 March 2017
12:08:14 PM
Sambad News
ଗଞ୍ଜାମ

୬ ଖଣ୍ଡ ଗ୍ରାମବାସୀଙ୍କ ନିର୍ବାଚନ ବର୍ଜନ ଧମକ

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା, ପ୍ରାର୍ଥୀପତ୍ର ପଡ଼ିଲାନି

By Sambad | Date: Jan 12 2017 11:54AM
୬ ଖଣ୍ଡ ଗ୍ରାମବାସୀଙ୍କ ନିର୍ବାଚନ ବର୍ଜନ ଧମକ

ରା.ଉଦୟଗିରି/ନୂଆଗଡ଼:  ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନ ଥିଲା। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ କିରାମା ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲିବା ପାଇଁ ପୁଲିସ୍‌ ଯାଇଥିଲା। ହେଲେ ଲୋକଙ୍କ ପ୍ରତିବାଦ ଯୋଗୁୁଁ ତାଲା ଖୋଲିବାରେ ଅସଫଳ ହେଲା। ଏଣୁ, ଆଜି କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇପାରିଲା ନାହିଁ। ନୂଆଗଡ଼ ବ୍ଲକରେ ନୂତନ ପଞ୍ଚାୟତ ଗଠନ ପାଇଁ ଗ୍ରାମବାସୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ କିରାମା ପଞ୍ଚାୟତକୁ ବିଭାଜନ କରି ନୂତନ ଭାବେ ସୁନ୍ଦରଡାଙ୍ଗ ପଞ୍ଚାୟତ ଗଠନ ପାଇଁ ଲୋକଙ୍କ ଭିତରୁ ପ୍ରସ୍ତାବ ଆସିଲା। ତେବେ, ପ୍ରଥମ ପଯ୍ୟର୍ାୟରେ ଏହି ଆବେଦନ ନାକଚ ହୋଇଥିଲେ ମଧ୍ୟ ପରବର୍ତ୍ତୀ ପଯ୍ୟର୍ାୟରେ ସୁନ୍ଦରଡାଙ୍ଗକୁ ନୂତନ ପଞ୍ଚାୟତର ମାନ୍ୟତା ଦିଆଗଲା।

ହେଲେ, ପୁରୁଣା କିରାମା ପଞ୍ଚାୟତ ନିକଟରେ ଥିବା ବୁର୍କାପେଟା, ଆଟିଲିମା, ଡେକାପଲ୍ଲୀ, ଚାଞ୍ଚଡାଖତ, ପାଇକପଦା ଓ ରାମଗିରି ଭଳି ୬ ଖଣ୍ଡ ଗ୍ରାମ ପୁରୁଣା ପଞ୍ଚାୟତରେ ରହିବେ ବୋଲି ଅନୁରୋଧ କରିବା ପରେ ମଧ୍ୟ ସରକାର ଶୁଣିଲେ ନାହିଁ। ବିଧାୟିକା, ସାଂସଦ, ପଞ୍ଚାୟତିରାଜ ବିଭାଗj ଶରଣ ପଶିଥିଲେ ମଧ୍ୟ କେହି କର୍ଣ୍ଣପାତ କଲେ ନାର୍ହି । ରାଜନୈତିକ ଅଭିସନ୍ଧି ରଖି ସରକାର ନୂତନ ପଞ୍ଚାୟତ ଗଠନ କଲେ ବୋଲି ଅଭିଯୋଗ ମଧ୍ୟ ହେଲା । କିନ୍ତୁ, ସମାଧାନର ରସ୍ତା ବାହାରିଲାନି। ପ୍ରକୃତରେ କହିବାକୁ ଗଲେ ଉପରୋକ୍ତ ଗ୍ରାମର ଲୋକଙ୍କୁ ନୂତନ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ହେଲେ ପ୍ରାୟ ୧୮ କିମି. ଅତିକ୍ରମ କରିବାକୁ ପଡ଼ିବ। ତା ପୁଣି କେତୋଟି ପାହାଡ଼ ମଧ୍ୟ ଦେଇ । କେମିତି ବୁଢ଼ାବୁଢ଼ୀମାନେ ପାହାଡ଼ ଚଢ଼ିବେ ତା’ ପ୍ରଶାସନ ବୁଝିବାକୁ ନାରାଜ।

ଏଣୁ, ବାଧ୍ୟ ହୋଇ ୬ ଖଣ୍ଡ ଗ୍ରାମବାସୀ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଧମକ ଦେବା ସହ ପଞ୍ଚାୟତ କାଯ୍ୟର୍ାଳୟରେ ଗଲା ୩ଦିନ ଧରି ତାଲା ପକାଇ ଦେଇଛନ୍ତି । ଏଥିପାଇଁ ଯଦି ରକ୍ତପାତ ବି ହୁଏ, ତା’ ହେଲେ ବି ସେମାନେ ପଛାଇବେ ନାହିଁ ବୋଲି କହିଛନ୍ତି । ଏଥିପାଇଁ, ସରକାର ଦାୟୀ ରହିବେ ବୋଲି ଧମକ ମଧ୍ୟ ଦେଇଛନ୍ତି। ଆସନ୍ତା କାଲି ଜଣେ ମାଜିଷ୍ଟ୍ରେଟ୍‌ଙ୍କୁ ନିୟୋଜିତ କରି ତାଲା ଖୋଲିବାର ବନ୍ଦୋବସ୍ତ କରାଯିବ ବୋଲି ବିଡିଓ କ୍ଷୀରାବ୍‌ଧୀ ବେହେରାଙ୍କ ସୂତ୍ରରୁ ପ୍ରକାଶ। ଏନେଇ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି।