20 July 2017
5:58:53 PM
image
Sambad News
ରାଜ୍ୟ

ବିଜେଡି କର୍ମୀଙ୍କ ଦାଦାଗିରି : ‘ସମ୍ବାଦ’ ପାଠକ ମଞ୍ଚରେ ହୋ ହଲ୍ଲା କରିବା ସହ ମଞ୍ଚକୁ ଧସେଇ ପଶିବାକୁ ଉଦ୍ୟମ

By Sambad | Date: Jan 5 2017 5:42PM
ବିଜେଡି କର୍ମୀଙ୍କ ଦାଦାଗିରି : ‘ସମ୍ବାଦ’ ପାଠକ ମଞ୍ଚରେ ହୋ ହଲ୍ଲା କରିବା ସହ ମଞ୍ଚକୁ ଧସେଇ ପଶିବାକୁ ଉଦ୍ୟମ

ବ୍ରହ୍ମପୁର: ଦୀର୍ଘ ବର୍ଷ କ୍ଷମତା ରହିଥିବା ବିଜେଡି କର୍ମୀଙ୍କ ଔଦ୍ଧତ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ଦଳର କର୍ମୀ ବିରୋଧ ପ୍ରଦର୍ଶନ କଲେ ତାଙ୍କୁ  ଗଡ଼ାଇ ତଡ଼ାଇ ମରଣାନ୍ତକ ଆକ୍ରମଣ କରୁଥିବା ବେଳେ ସେମାନେ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କ ସମାରୋହରେ ମଧ୍ୟ ହୋ ହଲ୍ଲା କରିବାକୁ ପଛାଉ ନାହାନ୍ତି । ବିଜେଡି କର୍ମୀଙ୍କ ଏଭଳି ଦାଦାଗିରି ଆଜି ଦେଖିବାକୁ ମିଳିଛି ବ୍ରହ୍ମପୁରରେ। ଦୈନିକ ‘ସମ୍ବାଦ’ର ୨୭ ତମ ବାର୍ଷିକ ଉତ୍ସବ ଅବସରରେ ପାଠକ ମଞ୍ଚ ଚାଲିଥିବା ବେଳେ ହୋ ହଲ୍ଲା କରିଛନ୍ତି ବିଜେଡି କର୍ମୀ। କେବଳ ସେତିକି ନୁହେଁ, ବିଭିନ୍ନ ସ୍ଲୋଗାନ୍‌ ଦେଇ ମଞ୍ଚ ଉପରକୁ ବି ଧସେଇ ପଶିବାକୁ ଉଦ୍ୟମ କରିଥିଲେ ସେମାନେ। ଏହାପରେ ବାଧ୍ୟ ହୋଇ ପାଠକ ମଞ୍ଚକୁ ବନ୍ଦ କରିବାକୁ ପଡ଼ିଥିଲା।
 
‘ସମ୍ବାଦ’ ପକ୍ଷରୁ ଆୟୋଜିତ ପାଠକ ମଞ୍ଚର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବାବେଳେ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।  ଜଣେ ପାଠକଙ୍କ ପ୍ରଶ୍ନର ଉତ୍ତର ବିଜେପି ରାଜ୍ୟ ସମ୍ପାଦକ ବିଭୁତି ଜେନା ରଖୁଥିବାବେଳେ ଏହି ଘଟଣା ଘଟିଛି।
 
କେନ୍ଦ୍ରସରକାର ଅନ୍ୟରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟ ଦେଉଥିବା ବେଳେ ଓଡ଼ିଶାକୁ ଅଣଦେଖା କରୁଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ କେନ୍ଦ୍ର ଦେଉଥିବା ଅର୍ଥକୁ ଖର୍ଚ୍ଚ କରିପାରୁ ନ ଥିବା କଥା ଉତ୍ତର ଦେଉଥିବା ବେଳେ ବିଜେଡିି କର୍ମୀ ଏହାକୁ ସହ୍ୟ କରିପାରି ନ ଥିଲେ। ଏହାପରେ ସେମାନେ ଆରମ୍ଭ କରିଥିଲେ ପାଟିତୁଣ୍ଡ ଓ ହୋ ହାଲ୍ଲା। ଦାଦାଗିରି ଦେଖାଇବା ସହ ସଭା ମଞ୍ଚ ଉପରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।
 
ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେଡି ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର, କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବଜେପିର ରାଜ୍ୟ ସାଧାରଣ ସମ୍ପାଦକ ବିଭୁତି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅଧିକାଂଶ ବୁଦ୍ଧିଜୀବୀ ବିଜେଡିର ଏତାଦୃଶ କାର୍ଯ୍ୟକୁ ସମାଲୋଚନା କରିଛନ୍ତି।