30 March 2017
10:11:54 PM
Sambad News
ଗଞ୍ଜାମ

ପୋଖରୀରେ ନିଖୋଜ ଶିକ୍ଷକଙ୍କ ଶବ ଉଦ୍ଧାର

By Sambad | Date: Jan 11 2017 1:47PM
ପୋଖରୀରେ ନିଖୋଜ ଶିକ୍ଷକଙ୍କ ଶବ ଉଦ୍ଧାର

ଗଞ୍ଜାମ:  ଗତକାଲି ପିକ୍‌ନିକ କରିବାକୁ ଆସି ଉଜ୍ୱଳେଶ୍ୱର ମନ୍ଦିର ପୋଖରୀରେ ବୁଡ଼ି ଯାଇ ନିଖୋଜ ଥିବା ଗଞ୍ଜାମ ଜିଲ୍ଲା ଗୋଲନ୍ଥରା  ମଡେଲ ସ୍କୁଲର  ଶିକ୍ଷକ ସୀମାଞ୍ଚଳ ପ୍ରଧାନଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି।
 ଗତକାଲି ବିଦ୍ୟାଳୟର ୪୦ ଜଣ ଛାତ୍ର ଓ ୪ ଜଣ ଶିକ୍ଷକ ପିକନିକ୍‌ କରିବାକୁ ଆସିଥିଲେ। ଏହି ୪ ଜଣ ଶିକ୍ଷକ  ଉଜ୍ୱଳେଶ୍ୱର ମନ୍ଦିର ପୋଖରୀରେ ବୋଟିଂ କରୁଥିବା ବେଳେ ଡଙ୍ଗାଟି ଓଲଟି ପଡ଼ିଥିଲା। ଦିଗପହଣ୍ଡିରୁ ଦମକଳ ବାହିନୀର କର୍ମଚାରୀମାନେ ଆସି  ବୁଡ଼ି ଯାଇଥିବା ଶିକ୍ଷକମାନଙ୍କୁ ଉଦ୍ଧାର କରିଥିବା ବେଳେ ଶ୍ରୀ ପ୍ରଧାନଙ୍କୁ ଖୋଜି ପାଇ ନ ଥିଲେ।