29 April 2017
6:57:37 PM
image
Sambad News
ଦେଶ- ବିଦେଶ

ଜାତୀୟ ପତାକାକୁ ଅପମାନ : ଆମାଜନ୍‌କୁ ସୁଷମାଙ୍କ ଚେତାବନୀ

ନିଃସର୍ତ୍ତ କ୍ଷମାପ୍ରର୍ଥନା ନକଲେ ଭିସା ରଦ୍ଦ ହେବ

By Sambad | Date: Jan 12 2017 6:45AM
ଜାତୀୟ ପତାକାକୁ ଅପମାନ : ଆମାଜନ୍‌କୁ ସୁଷମାଙ୍କ ଚେତାବନୀ

ନୂଆଦିଲ୍ଲୀ : ଆମାଜନର କାନାଡ଼ା ଶାଖାରେ ଭାରତର ଜାତୀୟ ପତାକା ସମ୍ବଳିତ ପାପୋଛ ଅନ୍‌ଲାଇନରେ ବିକ୍ରୀ ହେବା ପରେ ଭାରତ କଡ଼ା ପ୍ରତିବାଦ ଜଣାଇଛି। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଆମାଜନକୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ କହିଛନ୍ତି। ଏହା ସହିତ ବଜାରରୁ ଏହି ପାପୋଛଗୁଡ଼ିକୁ ତୁରନ୍ତ ହଟାଇ ନେବାକୁ ମଧ୍ୟ ସୁଷମା ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ଭାରତର ଏହି ପ୍ରସ୍ତାବକୁ ଗ୍ରହଣ ନକଲେ ଆମାଜନ ଅଧିକାରୀମାନଙ୍କ  ଭିସା  ରଦ୍ଦ କରିଦିଆଯିବ ବୋଲି ସୁଷମା ଟ୍ଵିଟ୍‌ କରିି ସତର୍କ କରାଇ ଦେଇଛନ୍ତି। ସୁଷମାଙ୍କ ଏ ବାବଦ ଟ୍ଵିଟ୍‌ ପରେ ବିଶ୍ୱବ୍ୟାପୀ ଭାରତୀୟମାନେ ଆମାଜନ୍‌ର କାର୍ଯ୍ୟକୁ ସୋସିଆଲ ମିଡିଆରେ ନିନ୍ଦା କରିଛନ୍ତି। 
 
ଅନ୍ୟପକ୍ଷରେ କାନାଡ଼ାରେ ଅବସ୍ଥିତ ଭାରତୀୟ ହାଇକମିସନର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାରତର ଜାତୀୟ ପତାକାକୁ ପାପୋଛ ରୂପରେ ବିକ୍ରୀ କର ଆମାଜନ ଭାରତର ଜାତୀୟ ପତାକାକୁ ଅପମାନ କରିଥିବାରୁ ତୁରନ୍ତ ଏ ବାବଦ ସମସ୍ତ  ଉତ୍ପାଦ ହଟାଇନେବାକୁ  ଆମାଜନର ସମସ୍ତ ଅନ୍‌ଲାଇନ ବିକ୍ରେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାନାଡ଼ାରେ ବାସ କରୁଥିବା ଜଣେ ଭାରତୀୟ ଆମଜନ୍‌ର ବିଜ୍ଞାପନକୁ ଟ୍ଵିଟ କରି ସୁଷମାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏହାପରେ ସୁଷମା ଏହି ବିଜ୍ଞାପନର ସତ୍ୟାସତ୍ୟ ବୁଝିବା ପରେ  କାନାଡାସ୍ଥିତ ଭାରତୀୟ ହାଇକମିସନରଙ୍କୁ ଯୋଗାଯୋଗ କରି ତୁରନ୍ତ ବିହୀତ ପଦକ୍ଷେପ ନେବାକୁ କହିଥିଲେ। ଆମାଜନ୍‌ ବିଭିନ୍ନ ରାଷ୍ଟ୍ରର ପତାକା ପାପୋଛ ବିକ୍ରି କରୁଥିବା ଜଣାପଡ଼ିବା ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଭାରତୀୟ ଜାତୀୟ ପତାକା ସମ୍ବଳିତ  ୮ ପ୍ରକାର ପାପୋଛ କାନାଡ଼ାରେ ଅନ୍‌ଲାଇନ୍‌ରେ ଉପଲବ୍ଧ  ହେଉଛି।

image