27 June 2017
5:52:13 AM
image
Sambad News
ଦେଶ- ବିଦେଶ

ଜୟଲଳିତାଙ୍କ ସଂପତ୍ତିକୁ ସରକାରଙ୍କ ଅଧିନରେ ରଖିବାକୁ ଆବେଦନ

By Sambad | Date: Jan 12 2017 12:09AM
ଜୟଲଳିତାଙ୍କ ସଂପତ୍ତିକୁ ସରକାରଙ୍କ ଅଧିନରେ ରଖିବାକୁ ଆବେଦନ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସବୁ ସଂପତ୍ତି ସରକାର ନିଜ ଅଧିନକୁ ନେବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ତାଙ୍କ ସଂପତ୍ତିକୁ ଜାତୀୟ ସଂପତ୍ତି ଭାବରେ ଘୋଷଣା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ ରହିଛି। ସଂପତ୍ତିର ନିରୀକ୍ଷଣ ପାଇଁ  ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରାଯାଇଛି। ନିଜର ଭାଷଣରେ ଜୟଲଳିତା ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁକୁ ଅଗ୍ରାଧିକାର ଦେଉଥିବାରୁ ଏବଂ ଆଇନ ଅନୁସାରେ ତାଙ୍କର କେହି ଉତ୍ତରାଧିକାରୀ ନଥିବାରୁ ସବୁ ସଂପତ୍ତିକୁ ସରକାର ନିଜ ଅଧିନରେ ରଖିବାକୁ ମଦୁରାଇର ଏକ ସ୍ୱେଚ୍ଛାସେବୀ ସଂଗଠନ ତାମିଲନାଡୁ ସେଣ୍ଟର ଫର୍‌ ପବ୍ଲିକ ଇଣ୍ଟ୍ରେଷ୍ଟ ଲିଟିଗେସନ ସଂସ୍ଥା ଆବେଦନ କରିଥିଲା।