24 September 2017
10:45:09 AM
Sambad News
ଦେଶ- ବିଦେଶ

ବିଜେପିର ଦାବି: ‘ବାବର ରୋଡ୍‌’ର ନାମ ପରିବର୍ତ୍ତନ କରି ସହିଦ୍‌ ଉମର ଫୟାଜ କରାଯାଉ!

By Sambad | Date: May 19 2017 7:24PM
ବିଜେପିର ଦାବି: ‘ବାବର ରୋଡ୍‌’ର ନାମ ପରିବର୍ତ୍ତନ କରି ସହିଦ୍‌ ଉମର ଫୟାଜ କରାଯାଉ!

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ‘ବାବର ରୋଡ଼’ର ନାମ ପରିବର୍ତ୍ତନ କରି ଏହାକୁ ସହିଦ ଲେଫନେଣ୍ଟ ଉମର ଫୟାଜ ରଖାଯାଉ ବୋଲି ଶୁକ୍ରବାର ଦାବି କରିଛି। ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦର ପାଲ ବଗ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଂସଦ ମୀନାକ୍ଷୀ ଲେଖି ଓ ଏନ୍‌ଡିଏମ୍‌ସିକୁ ପତ୍ର ଲେଖି ଏହି ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ବଗ୍ଜା କହିଛନ୍ତି, ନିକଟ ଅତୀତରେ ରାଜପୁତାନା ରାଇଫଲ୍‌ର ଉମର ଫୟାଜଙ୍କ ମୃତ୍ୟୁ ପୂରା ଦେଶବାସୀଙ୍କୁ ଆହତ କରିଥିଲା। ସେ ଥିଲେ ଜଣେ ବଡ଼ ଦେଶଭକ୍ତ, ଯିଏ କଶ୍ମୀରରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ଯୁବାବସ୍ଥାରେ ସେନାରେ ଭର୍ତ୍ତି ହୋଇଥିଲେ। ସେ ଭାରତ ପାଇଁ ଲଢ଼ାଇ କରି ନିଜର ବୀରତ୍ୱ ପ୍ରଦର୍ଶନ କରିଛନ୍ତି।  ତେଣୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବାବର ରୋଡ଼ର ନାମକୁ ପରିବର୍ତ୍ତନ କରାଯାଇ ଲେଫନେଣ୍ଟ ଅମର ଫୟାଜ ରଖାଯାଉ। 
 
ବଗ୍ଗା କହିଛନ୍ତି, ଏହା ଦ୍ୱାରା ଲୋକ ସହିଦ ଫୟାଜଙ୍କ ଠାରୁ ପ୍ରେରଣା ପାଇବେ। ଫୟାଜ ଦେଶ ପାଇଁ ନିଜ ଜୀବନକୁ ସମର୍ପିତ କରିଛନ୍ତି। ଏହା ପୂର୍ବରୁ କଶ୍ମୀର ଘାଟିରେ ଗୋଟିଏ ସ୍କୁଲର ନାମ ପରିବର୍ତ୍ତନ କରି ସହିତ ଲେଫନେଣ୍ଟ ଉମର ଫୟାଜ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାଜପୁତନା ରାଇଫଲସ୍‌ର ଅଧିକାରୀ ୨୩ ବର୍ଷୀୟ ଫୟାଜଙ୍କ ଜଣେ ସମ୍ପର୍କୀୟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ଦକ୍ଷିଣ କଶ୍ମୀରର ସୋପିଆ ଜିଲ୍ଲା ନିବାସୀ ଉମର ଫୟାଜ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବାକୁ କୁଳଗାମ ଯାଇଥିଲେ। କଶ୍ମୀରର ଏକ କୃଷକ ପରିବାରରେ ଜନ୍ମଲାଭ କରିଥିବା ଫୟାଜ ୨୦୧୬ରେ ଆର୍ମିରେ ଭର୍ତ୍ତି ହୋଇଥିଲେ। 
 

image