26 May 2017
2:49:01 PM
image
Sambad News
ଦେଶ- ବିଦେଶ

ବିବାଦୀୟ ବୟାନରେ କାଏମ ରହିଲେ ସାକ୍ଷୀ ମହାରାଜ

କୌଣସି ସଂପ୍ରଦାୟ ଉପରେ ମନ୍ତବ୍ୟ ଦେଇନାହିଁ

By Sambad | Date: Jan 11 2017 10:41PM
ବିବାଦୀୟ ବୟାନରେ କାଏମ ରହିଲେ ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ନିଜର ବିବାଦୀୟ ମନ୍ତବ୍ୟ ଉପରେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି ସାକ୍ଷୀ ମହାରାଜ। ଉତ୍ତର ପ୍ରଦେଶରେ ନିର୍ବାଚନ ପରିପ୍ରେକ୍ଷୀରେ ସେ ଚାରି ପତ୍ନୀ, ୪୦ ପିଲା ମନ୍ତବ୍ୟ ଦେବା ପରେ ନିର୍ବାଚନ କମିିଶନ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଆଜି କମିଶନଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିବା ସହ ନିଜ ମନ୍ତବ୍ୟରେ କୌଣସି ସଂପ୍ରଦାୟକୁ ଇଙ୍ଗିତ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ନିଜର ମନ୍ତବ୍ୟରେ କାଏମ ରହି ଜନସଂଖ୍ୟାକୁ ନିୟନ୍ତ୍ରଣରେ ରହିବା ଅତ୍ୟନ୍ତ ଆବଶ୍ୟକ ବୋଲି ଆଜି ମଧ୍ୟ କହିଛନ୍ତି। ଏହାଛଡ଼ା ମହିଳାମାନେ ପିଲା ଜନ୍ମ କରିବାର ମେସିନ ନୁହନ୍ତି ବୋଲି ଯୁକ୍ତି ବାଢ଼ିିଛନ୍ତି। 

ଜାନୁଆରି ୬ତାରିଖରେ ମିରଟର ଏକ ସନ୍ଥ ସମ୍ମିଳନୀରେ ଯୋଗ ଦେଇ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହା ପରୋକ୍ଷରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଥିବା ଦର୍ଶାଇ କଂଗ୍ରେସ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସାକ୍ଷୀଙ୍କ ବୟାନ ସାଂପ୍ରଦାୟିକ ଏବଂ ନିର୍ବାଚନ ଆଚାର ସଂହିତାର ଉଲ୍ଲଙ୍ଘନ ହୋଇଥିବା ନେଇ ଦଳ ଅଭିଯୋଗ କରିଥିଲା। ଏହାପରେ ନିର୍ବାଚନ କମିଶନର ନଜିମ ଜୈଦି ସାକ୍ଷୀ ମହାରାଜଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଧର୍ମ ଓ ଜାତି ଆଧାରରେ ଭୋଟ ଭିକ୍ଷା କରିପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ଆଦେଶ ଦେଇଛନ୍ତି।  

image