22 January 2017
9:47:47 PM
image
Sambad News
ଦେଶ- ବିଦେଶ

ଶୀତରେ ଥରିଲା ଦିଲ୍ଲୀ: ୫ବର୍ଷର ରେକର୍ଡ ଭାଙ୍ଗିଲା, ପାରା ୨.୩ ଡିଗ୍ରି ସେଲସିୟସ୍‌

By Sambad | Date: Jan 12 2017 9:26AM
ଶୀତରେ ଥରିଲା ଦିଲ୍ଲୀ: ୫ବର୍ଷର ରେକର୍ଡ ଭାଙ୍ଗିଲା, ପାରା ୨.୩ ଡିଗ୍ରି ସେଲସିୟସ୍‌

ନୂଆଦିଲ୍ଲୀ: ପୁରା ଉତ୍ତର ଭାରତରେ ଭୀଷଣ ଥଣ୍ଡା ଅନୁଭୂତ ହେଉଥିବା ସହିତ ଜାତୀୟ ରାଜଧାନୀ ଦିଲ୍ଲୀରେ ଏ ବର୍ଷର ଶୀତ ରେକର୍ଡ ଭାଙ୍ଗିଛି। ବୁଧବାର ରାତିରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି। ପାରା ୨.୩ ଡିଗ୍ରି ସେଲସିୟସରେ ପହଞ୍ଚିଛି। ପାଣିପାଗ ବିଭାଗ ଦ୍ୱାରା ଦିଆଯିଥିବା ସୂଚନା ଅନୁସାରେ ଦିଲ୍ଲୀର ସଫଦରଜଙ୍ଗ ଅଂଚଳରେ ତାପମାତ୍ରା ୪ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଛି। ସେହିପରି ଲୋଧି ଗାର୍ଡେନ ଅଂଚଳରେ ୨.୩ ଡିଗ୍ରି ସେଲସିୟସ ତାପମାତ୍ରା ରିକେର୍ଡ କରାଯାଇଛି। 
 
ପାଣିପାଗ ବିଭାଗ ସୂଚନା ଅନୁସାରେ ବୁଧବାର ରାତିର ତାପମାତ୍ରା ୫ ବର୍ଷର ରେକର୍ଡ ଭଙ୍ଗ କରିଛି। ବୁଧବାର ଦିଲ୍ଲୀର ତାପମାତ୍ରା ୪ ଡିଗ୍ରି ସେଲସିୟସ ଥିଲା। ସେହିପରି ମଧ୍ୟପ୍ରଦେଶର ଗ୍ଵାଲିୟରରେ ତାପମାତ୍ରା ୩ଡିଗ୍ରି ଥିଲା। ସେହିପରି ରିଓ୍ଵା, ଜବଲପୁର, ସାଗର, ହୋସଙ୍ଗାବାଦ୍‌, ଚମ୍ବଲ, ଇନ୍ଦୋରରେ ବି ଭୀଷଣ ଶୀତ ଲହରୀ ଖେଳିଥିବା ଜଣାପଡ଼ିଛି।