26 June 2017
12:40:08 AM
Sambad News
ଦେଶ- ବିଦେଶ

ପାନ୍‌ କାର୍ଡ ପାଇଁ ଆଧାରକୁ କେମିତି ବାଧ୍ୟତାମୂଳକ କରାଗଲା? କେନ୍ଦ୍ର ସରକାରଙ୍କୁ ପଚାରିଲେ ସୁପ୍ରିମ୍‌କୋର୍ଟ

By Sambad | Date: Apr 21 2017 1:50PM
ପାନ୍‌ କାର୍ଡ ପାଇଁ ଆଧାରକୁ କେମିତି ବାଧ୍ୟତାମୂଳକ କରାଗଲା? କେନ୍ଦ୍ର ସରକାରଙ୍କୁ ପଚାରିଲେ ସୁପ୍ରିମ୍‌କୋର୍ଟ
Photo Courtesy of India Today

ନୂଆଦିଲ୍ଲୀ: ପାନ୍‌ କାର୍ଡ ପାଇବାକୁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ଆଦେଶ ଦେଇଥିବା ସତ୍ତ୍ୱେ କେନ୍ଦ୍ର ସରକାର କେମିତି ଏହାକୁ ବାଧ୍ୟତାମୂଳକ କଲେ ବୋଲି ସୁପ୍ରିମ୍‌ କୋର୍ଟ କ୍ଷୁବ୍‌ଧ ହୋଇ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି।
 
ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି- ଆମେ ଆଧାରକୁ ଇଚ୍ଛାଧୀନ ବୋଲି ଆଦେଶ ଦେଇଥିବାବେଳେ ଏହାକୁ କିଭଳି ବାଧ୍ୟତାମୂଳକ କରାଗଲା?
 
ଗତ ମାସରେ ସୁପ୍ରିମ୍‌ କୋର୍ଟ କହିଥିଲେ ଯେ, ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲିବା, ମୋବାଇଲ୍‌ ସଂଯୋଗ ପାଇବା ଏବଂ ପାସ୍‌ପୋର୍ଟ ପାଇଁ ସରକାର ଆଧାରକୁ ବାଧ୍ୟତାମୂଳକ କରିବାରେ ଭୁଲ୍‌ କରୁନାହାନ୍ତି। କିନ୍ତୁ, ପାନ୍‌ କାର୍ଡ ଓ ଜନକଲ୍ୟାଣକାରୀ ସୁବିଧା ପାଇବାକୁ ଆଧାରକୁ ବାଧ୍ୟତାମୂଳକ ତାଲିକାଭୁକ୍ତ କରି ନ ଥିଲେ ସୁପ୍ରିମ୍‌ କୋର୍ଟ।
 
ଆଧାରକୁ ବାଧ୍ୟତାମୂଳକ କରିବା ଏକମାତ୍ର ବିକଳ୍ପ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରତିନିଧିତ୍ୱ କରୁଥିବା ଆଟର୍ଣ୍ଣି ଜେନେରାଲ୍‌ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।
 
ସେଲ୍‌ କମ୍ପାନିଗୁଡ଼ିକୁ ଅର୍ଥ ପଠାଇବାରେ ଗୁଡ଼ାଏ ପାନ୍‌ କାର୍ଡ ବ୍ୟବହାର କରାଯାଉଥିବାର ଆମେ ଦେଖିଲୁ। ତାହା ବନ୍ଦ କରିବାକୁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିବା ହିଁ ଥିଲା ଏକମାତ୍ର ବିକଳ୍ପ ବୋଲି ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଆଟର୍ଣ୍ଣି ଜେନେରାଲ୍‌।