19 August 2017
5:32:04 AM
Sambad News
ଦେଶ- ବିଦେଶ

ଗାନ୍ଧି, ନେହେରୁ ଓ ସୁଭାଷଙ୍କୁ ଫାଶୀରେ ଚଢ଼େଇଲେ ପ୍ରକାଶ ଜାବେଡ଼କର

By Sambad | Date: Aug 23 2016 7:12PM
ଗାନ୍ଧି, ନେହେରୁ ଓ ସୁଭାଷଙ୍କୁ ଫାଶୀରେ ଚଢ଼େଇଲେ ପ୍ରକାଶ ଜାବେଡ଼କର

 
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦବାଡ଼ାରେ ହେଉଥିବା ତ୍ରିରଙ୍ଗା ଯାତ୍ରା ସମୟରେ ଶିକ୍ଷାମନ୍ତ୍ରୀ ପ୍ରକାଶ ଜାବେଡ଼କର ମଙ୍ଗଳବାର ଦିନ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଯାତ୍ରା ସମୟରେ ଦେଇଥିବା ଭାଷଣରେ ସେ କହିଛନ୍ତି ଯେ ଭଗତ ସିଂ, ଶୁଖଦେବ ଓ ରାଜଗୁରୁଙ୍କ ପରି ପଣ୍ଡିତ ଜବାହାରଲାଲ୍‌ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ଓ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କୁ ମଧ୍ୟ ଦେଶ ପାଇଁ ଫାଶୀରେ ଝୁଲିବାକୁ ପଡ଼ିଥିଲା। ଯଦିଓ ଏହି ତିନି ବୀର ଫାଶୀ ପାଇ ନ ଥିଲେ।
ଏପରି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଜାବେଡ଼କର ପରବର୍ତ୍ତୀ ସମୟରେ ନିଜ ଭୁଲ ବୁଝିପାରି ଏହାର ସଫେଇ ଦେଇ ଟ୍ୟୁଟ୍‌ କରିଛନ୍ତି ଯେ ପ୍ରଥମେ ୧୯୫୭ ପରେ ମୃତ୍ୟୁ ବରଣ କରିଥିବା ସବୁ ବୀରପୁତ୍ରମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଦେଲି। ତା’ ପର ଧାଡ଼ିରେ ମୁଁ ଫାଶୀ ପାଇଥିବା ନେତାଙ୍କ ବିଷୟରେ କହିଥିଲି। ସେମାନଙ୍କ ଭିତରେ ଗାନ୍ଧି, ନେହେରୁ କିମ୍ବା ସୁଭାଷ ନାହାନ୍ତି। ମହାନ ପୁରୁଷମାନଙ୍କୁ ନେଇ ମୋ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ, ବରଂ ଏହା ଶୁଣିବା ଲୋକଙ୍କ ଭ୍ରମ।