17 August 2017
6:53:58 PM
Sambad News
ରାଜନୀତି

ସୁଶୀଲ ମୋଦିଙ୍କ ବିରୋଧରେ ଲାଲୁଙ୍କ ଗୁରୁତର ଅଭିଯୋଗ: ୫୦୦ କୋଟି ଦୁର୍ନୀତିରେ ସଂପୃକ୍ତ

By Sambad | Date: Aug 13 2017 5:31AM
ସୁଶୀଲ ମୋଦିଙ୍କ ବିରୋଧରେ ଲାଲୁଙ୍କ ଗୁରୁତର ଅଭିଯୋଗ: ୫୦୦ କୋଟି ଦୁର୍ନୀତିରେ ସଂପୃକ୍ତ

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ୫୦୦ କୋଟି ଟଙ୍କାର ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏହି ଦୁର୍ନୀତି ମାମଲାର ସିବିଆଇ ତଦନ୍ତ କରିବାକୁ ମଧ୍ୟ ଲାଲୁ ଦାବି କରିଛନ୍ତି। ୨୦୦୫ରୁ ୨୦୧୦ ମଧ୍ୟରେ ଏକ ଏନ୍‌ଜିଓର ପ୍ରାଇଭେଟ ଆକାଉଣ୍ଟକୁ ବିପୁଳ ଅର୍ଥ ଟ୍ରାନ୍‌ସଫର ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି  ସଂପୃକ୍ତ ଅଛନ୍ତି ଏବଂ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିର ଗମ୍ଭୀରତାକୁ ଦେଖି  ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଲାଲୁ ଦାବି କରିଛନ୍ତି।  ୨୦୦୫ରୁ ୨୦୧୦ ପର୍ଯ୍ୟନ୍ତ ନୀତୀଶଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଏହି ଦୁର୍ନୀତି ହୋଇଥିଲା।
ବିହାର ପୁଲିସର ଅର୍ଥନୈତିକ ଅପରାଧ ଶାଖାର ସ୍ୱତନ୍ତ୍ର ତଦନ୍ତକାରୀଦଳର ପ୍ରାଥମିକ ତଦନ୍ତରେ ସୃଜନ ସହଯୋଗ ମହିଳା ବିକାଶ ସମିିତି ନାମକ ଏକ ଏନ୍‌ଜିଓର ଜମାଖାତାକୁ ଜମି ଅଧିଗ୍ରହଣ କାର୍ଯ୍ୟାଳୟରୁ ୨୭୦କୋଟି, ଜିଲ୍ଲା ଟ୍ରେଜେରୀ ଅଫିସରୁ ୧୫କୋଟି ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରୁ ୧୫କୋଟି ଟଙ୍କା ଟ୍ରାନ୍‌ସଫର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହାର ତଦନ୍ତ ଜାରି ରହିଥିବା ବେଳେ ଏହା ୫୦୦ କୋଟିକୁ ଟପି ଯାଇଥିବା ଏସ୍‌ଆଇଟିର ଜଣେ ଅଧିକାରୀ କହିଛନ୍ତି। ଏହି ମାମଲାରେ  ମଧ୍ୟରେ ଭାଗଲପୁର ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ସମେତ ସାତଜଣଙ୍କୁ ଗିରଫ କରାଯାଇଛି। ଚଞ୍ଚକତା କରି ଏହି ଅର୍ଥ ଟ୍ରାନ୍‌ସଫର କରାଯାଇଥିବା ନେଇ ସୃଜନର ବୋର୍ଡ ସଦସ୍ୟ ଓ ଇଣ୍ଡିଆନ ବ୍ୟାଙ୍କର ଅଧିକାରୀଙ୍କ ନାମରେ ଗୁରୁବାର ଦିନ  ଥାନାରେ ମାମଲା ରୁଜୁ ହୋଇଥିଲା।  ।