24 January 2017
10:37:46 AM
image
Sambad News
ଦେଶ- ବିଦେଶ

୫୦୦ କେଜିଆ ଇଜିପ୍ଟ୍‌ ମହିଳାଙ୍କ ଅପରେସନ୍‌ ପାଇଁ ୨ କୋଟି ଟଙ୍କାର ଡାକ୍ତରଖାନା

By Sambad | Date: Jan 12 2017 1:59PM
୫୦୦ କେଜିଆ ଇଜିପ୍ଟ୍‌ ମହିଳାଙ୍କ ଅପରେସନ୍‌ ପାଇଁ ୨ କୋଟି ଟଙ୍କାର ଡାକ୍ତରଖାନା
Photo Courtesy: TOI

ମୁମ୍ବାଇ: ପୃଥିବୀର ସବୁଠୁ ପୃଥୁଳା ମହିଳା ଇଜିପ୍ଟ୍‌ବାସିନୀ ଇମାନ୍‌ଙ୍କ ଅପରେସନ୍‌ ପାଇଁ ଅହମଦ୍‌ ଚର୍ଣ୍ଣି ରୋଡ୍‌ସ୍ଥିତ ସୈଫି ହସ୍‌ପିଟାଲ୍‌  ସ୍ୱତନ୍ତ୍ର ସୁବିଧା ବ୍ୟବସ୍ଥା ନିର୍ମାଣ କରୁଛି। 
 
୩ ହଜାର ବର୍ଗ ଫୁଟ୍‌ର ଏହି ସ୍ୱତନ୍ତ୍ର ସୁବିଧା ବ୍ୟବସ୍ଥାରେ ରହିଛି ଅପରେସନ୍‌ ଥିଏଟର୍‌, ଆଇସିୟୁ, ଡାକ୍ତରଙ୍କ କକ୍ଷ, ଆଟେଣ୍ଡାଣ୍ଟ୍‌ଙ୍କ ପ୍ରକୋଷ୍ଠ, ଦୁଇଟି ବିଶ୍ରାମ କୋଠରି ଏବଂ ଏକ ଭିଡିଓ କନ୍‌ଫେରେନ୍‌ସିଙ୍ଗ୍‌ ରୁମ୍‌। ଏ ସବୁ ଡାକ୍ତରଖାନା ମୁଖ୍ୟ ଉଇଙ୍ଗ୍‌ ପଛପଟ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ତିଆରି ହେଉଛି।
 
ଏହି ଏକ ଶଯ୍ୟାବିଶିଷ୍ଟ ଡାକ୍ତଖାନା ପାଇଁ କର୍ତ୍ତୃପକ୍ଷଙ୍କୁ ୨ କୋଟି ଟଙ୍କା ଖର୍ଚ କରିବାକୁ ପଡୁଛି। ଇମାନ୍‌ ଅହମଦ୍‌ଙ୍କ ଓଜନ ଓ ଆକାରକୁ ଦୃଷ୍ଟିଦେଇ ଏଥିରେ ସବୁ ଜିନିଷ ଗଢ଼ାଯାଉଛି। ଏହାର ଦୁଆର ଅଧିକ ପ୍ରଶସ୍ତ କରାଯିବା ସହ ଖଟ ହୋଇଛି ୭ ଫୁଟ୍‌ରେ ୭ ଫୁଟ୍‌। 
 
ଡାକ୍ତର ମୁଫାଜଲ୍‌ ଲକ୍‌ଡାଓ୍ଵାଲା ତତ୍ତ୍ୱାବଧାନରେ ଜଣେ ବାରିଆଟ୍ରିକ୍‌ ସର୍ଜନ୍‌, ଜଣେ କାର୍ଡିଓଲୋଜିଷ୍ଟ୍‍, ଜଣେ କାର୍ଡିଆକ୍‌ ସର୍ଜନ୍‌, ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍‍, ଜଣେ ଚେଷ୍ଟ୍‍ ଫିଜିସିଆନ୍‌, ଦୁଇଜଣ ଇଣ୍ଟେନ୍‌ସିଭିଷ୍ଟ୍‍ ଏବଂ ତିନିଜଣ ନିଶ୍ଚେତକଙ୍କୁ ନେଇ ତାଙ୍କ ଲାଗି ଏକ ସ୍ୱତନ୍ତ୍ର ଡାକ୍ତରୀଦଳ ଗଠନ କରାଯାଇଛି। ଅପରେସନ୍‌ ପରେ ତାଙ୍କୁ ଅହର୍ନିଶ ଯାଞ୍ଚ୍‌ କରିବା ପାଇଁ ମଧ୍ୟ ଏହି ଡାକ୍ତରୀଦଳ ମହଜୁଦ ରହିବେ।