24 September 2017
11:00:23 PM
Sambad News
ଦେଶ- ବିଦେଶ

କୁଳଭୂଷଣ ଯାଦବ ଫାଶୀ ମାମଲା: ପୁନଃ ଶୁଣାଣି ପାଇଁ ପାକିସ୍ତାନର ଆବେଦନ

By Sambad | Date: May 19 2017 9:03PM
କୁଳଭୂଷଣ ଯାଦବ ଫାଶୀ ମାମଲା: ପୁନଃ ଶୁଣାଣି ପାଇଁ ପାକିସ୍ତାନର ଆବେଦନ

ଇସଲାମାବାଦ: ପୂର୍ବତନ ଭାରତୀୟ ନୈସେନା ଅଧିକାରୀ କୁଲଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ମାମଲାର ପୁନଃ ଶୁଣାଣି ପାଇଁ ପାକିସ୍ତାନ ଶୁକ୍ରବାର ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତର ଦ୍ୱାରସ୍ଥ ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଗାମୀ ୬ ସପ୍ତାହ ଭିତରେ ଏହି ମାମଲାର ପୁଣି ଥରେ ଶୁଣାଣି କରିବାକୁ ପାକିସ୍ତାନ ଆଇସିଜେରେ ଆବେଦନ କରିଛି। କୁଳଭୂଷଣ ଯାଦବଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ପାକିସ୍ତାନର ଆର୍ମି କୋର୍ଟ ଫାଶୀ ଦଣ୍ଡ ଦେଇଥିଲା। ପାକିସ୍ତାନର ଫାଶୀ ଦଣ୍ଡାଦେଶ ବିରୋଧରେ ଭାରତ ଆଇସିଜେରେ ଅଭିଯୋଗ ଆଣିଥିଲା। ଆଇସିଜେ ମେ ୧୮ରେ ଏହି ମାମଲାର ରାୟ ପ୍ରକାଶ କରିବା ପୂର୍ବରୁ ମେ ୧୫ରେ ଉଭୟ ଭାରତ ଓ ପାକିସ୍ତାନର ପକ୍ଷ ରଖିଥିଲା। ଉଲ୍ଲେଖଯୋଗ୍ୟ ଯେ, କୁଳଭୂଷଣ ମାମଲାର ରାୟ ପ୍ରକାଶ କରି ଆଇସିଜେ ଫାଶୀ ଦଣ୍ଡାଦେଶ ଉପରେ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ରୋକ ଲଗାଇଥିଲେ। ଚୁଡାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ପାକିସ୍ତାନ କୁଲଭୂଷଣ ଯାଦବଙ୍କୁ ଫାଶୀ ଦେଇ ପାରିବ ନାହିଁ ବୋଲି ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି। 

image