26 June 2017
12:40:13 AM
Sambad News
ଦେଶ- ବିଦେଶ

୨୦୨୨ ସୁଦ୍ଧା କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରି ଦିଆଯିବ: ପ୍ରଧାନମନ୍ତ୍ରୀ ମୋଦି

By Sambad | Date: Apr 21 2017 4:03PM
୨୦୨୨ ସୁଦ୍ଧା କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରି ଦିଆଯିବ: ପ୍ରଧାନମନ୍ତ୍ରୀ ମୋଦି

ଗୁଜୁରାଟ: ଦେଶରେ ବଭିନ୍ନ ଉନ୍ନତି ଓ ଉନ୍ନୟନମୂଳକ କାର୍ଯ୍ୟ ସଂପାଦନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନଜର ଏବେ କୃଷକମାନଙ୍କ ଉପରେ। ସେ କହିଛନ୍ତି ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି କୃଷକମାନଙ୍କ ଆୟକୁ ୨୦୨୨ ସୁଦ୍ଧା ଦ୍ୱିଗୁଣିତ କରି ଦିଆଯିବ। ଅର୍ଥାତ ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ କୃଷକମାନଙ୍କ ସଫଳତା ବି ପାଳନ କରିବ। ସେ କହିଛନ୍ତି, ମୁଁ ହେଉଛି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ବହୁ ବର୍ଷ ଜଣେ ମୁଖ୍ୟମନ୍ତ୍ରୀ ଭାବେ କୃଷକମାନଙ୍କୁ ପାଖରୁ ଦେଖିଛି। କୃଷକମାନଙ୍କ କେଉଁ କେଉଁ ଅସୁବିଧା ରହିଛି ତାହା ସହ ମୁଁ ବେଶ୍‌ ଭଲ ଭାବେ ପରିଚିତ। କୃଷକମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ସେମାନଙ୍କୁ ଅଧିକରୁ ଅଧିକ ଉନ୍ନତ କୃଷି ସାମଗ୍ରୀ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇ ଦିଆଯିବ। ଫଳରେ କୃଷିରୁ ମୁହଁ ମୋଡ଼ି ନେଉଥିବା କୃଷକ ପୁଣି ଥରେ କୃଷିକୁ ବୃତ୍ତି ଭାବେ ଆପଣେଇବେ ବୋଲି ଦୃଢ଼ତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।