26 March 2017
10:32:59 PM
Sambad News
ଦେଶ- ବିଦେଶ

ଏକ ପଟିଆ ଛାପା ଥିବା ୫୦୦ ଟଙ୍କିଆ ନୋଟ୍‌!

By Sambad | Date: Jan 12 2017 8:21AM
ଏକ ପଟିଆ ଛାପା ଥିବା ୫୦୦ ଟଙ୍କିଆ ନୋଟ୍‌!
Photo Courtesy: Indian364

ଇନ୍ଦୋର: ମଧ୍ୟପ୍ରଦେଶ ଶେଓପୁର ଜିଲ୍ଲାରେ ମହାତ୍ମା ଗାନ୍ଧୀଙ୍କ ଛବି ନ ଥିବା ୨୦୦୦ ଟଙ୍କିଆ ନୋଟ୍‌ ଦେଖାଯିବାର ସପ୍ତାହେ ପରେ ଦେଖିବାକୁ ମିଳିଛି ଗୋଟିଏ ପଟରେ ଛାପା ଥିବା ୫୦୦ ଟଙ୍କିଆ ନୋଟ୍‌। ଖାର୍‌ଗୋନ୍‌ ଜିଲ୍ଲାର କେତେକ ଏଟିଏମ୍‌ରେ ଗୋଟିଏ ପଟେ ଛାପା ଏବଂ ଆର ପଟ ସାଦା ଥିବା କିଛି ୫୦୦ ଟଙ୍କିଆ ନୋଟ୍‌ ବାହାରିଥିଲା।
 
ଖାର୍‌ଗୋନ୍‌ ଜିଲ୍ଲା ସେଗାଓଁ ବାସିନ୍ଦା ହେମନ୍ତ ସୋନୀ ଏକ ଏସ୍‌ବିଆଇ ଏଟିଏମ୍‌ରୁ ୧୫୦୦ ଟଙ୍କା ଉଠାଇଲାବେଳେ ଦେଖିଲେ ବାହାରି ଥିବା ଦୁଇଟି ୫୦୦ ଟଙ୍କିଆ ନୋଟ୍‌ର ଗୋଟିଏ ପଟ ସାଦା। କେବଳ ମହାତ୍ମା ଗାନ୍ଧୀଙ୍କ ଚିତ୍ର ଥିବା ପାଖଟି ଛାପା ହୋଇଛି। ଆର ପାଖଟି ଫାଙ୍କା।
 
ତୁରନ୍ତ ସେ ବ୍ୟାଙ୍କ୍‌ରେ ଏ ସଙ୍କ୍ରାନ୍ତରେ ଅଭିଯୋଗ କରିବାରୁ ବ୍ୟାଙ୍କ୍‌ବାଲା ସେ ଟଙ୍କା ବଦଳାଇ ଦେଇଥିଲେ। ଖାର୍‌ଗାଓଁ ଏସ୍‌ବିଆଇର କରେନ୍ସି ଚେଷ୍ଟ୍‍ ଦାୟିତ୍ୱରେ ଥିବା ଅଧିକାରୀ ପିଏସ୍‌ ପନ୍‌ଓ୍ଵାର୍‌ କହିଛନ୍ତି- ଏକ ପଟିଆ ଛାପା ଥାଇ ୪ ଖଣ୍ଡ ନୋଟ୍‌ ମିଳିଛି ଏବଂ ତାହା ବଦଳାଇ ଦିଆଯାଇଛି। ଏହା ରିଜର୍ଭ ବ୍ୟାଙ୍କ୍‌କୁ ଜଣାଇ ଦିଆଯାଇଛି। 
 
ଖାର୍‌ଗାଓଁ ସହରରେ ମଧ୍ୟ ଗଜେନ୍ଦ୍ର ସିଂହ ନାମଧ୍ୟେୟ ଜଣେ ବ୍ୟକ୍ତି ରାଧାବଲ୍ଲଭ ମାର୍କେଟ୍‌ସ୍ଥିତ ଏକ ଏଟିଏମ୍‌ରୁ ୪, ୫୦୦ ଉଠାଇଲାବେଳେ ସେଥିରେ ବାହାରିଥିବା ୫୦୦ ଟଙ୍କିଆରୁ ଗୋଟିକର ଗୋଟିଏ ପଟ ସାଦା ଥିଲା।