29 April 2017
6:57:39 PM
image
Sambad News
ଦେଶ- ବିଦେଶ

ସମାଜବାଦୀ ପାର୍ଟି ସହିତ ଗଠବନ୍ଧନକୁ ପ୍ରିୟଙ୍କାଙ୍କ ଖଣ୍ଡନ

By Sambad | Date: Jan 11 2017 7:47PM
ସମାଜବାଦୀ ପାର୍ଟି ସହିତ ଗଠବନ୍ଧନକୁ ପ୍ରିୟଙ୍କାଙ୍କ ଖଣ୍ଡନ
India

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ଭିତରେ ଗଠବନ୍ଧନ ହେବା ଖବର ପ୍ରଚାରିତ ହେଉଛି। କୁହାଯାଉଛି, ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ନିର୍ବାଚନ ପ୍ରଚାର ପୂର୍ବରୁ ଗୋଟିଏ ମଞ୍ଚରେ ଭାଷଣ ଦେବେ। କିନ୍ତୁ ଏହି ଖବରକୁ ପ୍ରିୟଙ୍କାଙ୍କ କାର୍ଯ୍ୟାଳୟ ତରଫରୁ ଖଣ୍ଡନ କରାଯାଇଛି। କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ପ୍ରିୟଙ୍କା  ନା ଦେଖାକରିଛନ୍ତି ଡିମ୍ପଲଙ୍କୁ ନା ଦେଖା କରିବାର ଯୋଜନା ରଖିଛନ୍ତି। ଆଗରୁ କୁହାଯାଉଥିଲା ଯେ, କଂଗ୍ରେସ ଓ ଅଖିଳେଶ ମଧ୍ୟରେ ଗଠବନ୍ଧନ ହେଲେ ଡିମ୍ପଲ ଓ ପ୍ରିୟଙ୍କା ନିର୍ବାଚନ ପ୍ରଚାର କରିବେ। 
 
ଖବରରେ ଏହା ବି ପ୍ରଚାର ହେଉଛି ଯେ, ଗୋଟିଏ ଦୁଇ ଦିନ ଭିତରେ ଅଖିଳେଶ ଓ ରାହୁଲ ଦେଖା ସାକ୍ଷାତ ହୋଇ ପାରନ୍ତି। କିନ୍ତୁ ରାହୁଲ ବିଦେଶରେ ଥିବା ଯୋଗୁଁ ଦୁଇ ଜଣଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇପାରିନାହିଁ। ଯଦିଓ କଂଗ୍ରେସ ତରଫରୁ ସ୍ପଷ୍ଟୀକରଣ  ଦିଆଯାଇନାହିଁ ତଥାପି ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରିୟଙ୍କା ଓ ଡିମ୍ପଲ ଏକାଠି ପ୍ରଚାର କରିପାରନ୍ତି। ପାରିବାରିକ ଝଗଡ଼ାକୁ ନେଇ ସମାଜବାଦୀ ପାର୍ଟିରେ ପ୍ରତିଦିନ ନୂଆ ଖବର ଆସୁଛି। 
 

image