25 July 2017
6:13:34 PM
image
Sambad News
ଦେଶ- ବିଦେଶ

ଓବାମାଙ୍କ ଶେଷ ଭାଷଣବେଳେ କେଉଁଠି ଥିଲେ ସାନଝିଅ ସାଶା?

By Sambad | Date: Jan 12 2017 12:53PM
ଓବାମାଙ୍କ ଶେଷ ଭାଷଣବେଳେ କେଉଁଠି ଥିଲେ ସାନଝିଅ ସାଶା?
Photo Courtesy: Deccan Chronicle

ସିକାଗୋ: ରାଷ୍ଟ୍ରପତି ବାରାକ୍‌ ଓବାମା ଜାତି ଉଦ୍ଦେଶ୍ୟରେ ନିଜର ଶେଷ ଅଭିଭାଷଣ ଦେଲାବେଳେ ତାଙ୍କର ସାନଝିଅ ସାଶାର ଅନୁପସ୍ଥିତି ବିଶେଷକରି ଟ୍ଵିଟରିଆଙ୍କୁ ବ୍ୟଥିତ କରିଥିଲା। 
ସିକାଗୋସ୍ଥିତ ମ୍ୟାକ୍‌କର୍ମିକ୍‌ ପ୍ଲେସ୍‌ରେ ଶ୍ରୋତାଙ୍କ ଗହଣରେ ବସିଥିବା ମିଶେଲ୍‌ ଓବାମା ଏବଂ ମାଲିଆ ଓବାମାଙ୍କ ସହ ୧୫ ବର୍ଷୀୟ ସାଶା ନ ଥିବାରୁ ଅବିଳମ୍ବେ ଟ୍ଵିଟରିଆମାନେ ହାସ୍‌ଟ୍ୟାଗ୍‌ #whereissasha ଯୋଗେ ଅନୁପସ୍ଥିତ ସାଶାଙ୍କୁ ସର୍ଚ କଲେ। 
 
ଅବଶ୍ୟ ପରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଘୋଷଣା କଲେ, ସକାଳେ ଏକ ପରୀକ୍ଷା ଥିବାରୁ ସାଶା ଅଭିଭାଷଣରୁ ବଞ୍ଚିତା ହୋଇଛନ୍ତି। 
 
ଓ୍ଵାଶିଂଟନ୍‌ ଡିସି ସାଇଡ୍‌େଓ୍ଵଲ୍‌ ଫ୍ରେଣ୍ଡ୍‌ସ୍‌ସ୍ଥିତ ଏକ ସମ୍ମାନଜନକ ଘରୋଇ ସ୍କୁଲ୍‌ରେ ସାଶା ଦ୍ୱିତୀୟବାର୍ଷିକୀ ଛାତ୍ରୀ। 
 
ଭାଷଣରେ ଓବାମା ଦୁଇ ସନ୍ତତିଙ୍କୁ ନିଜର ସବୁଠୁ ବଡ଼ ଗୌରବମୟ କୃତିତ୍ୱ ବୋଲି ପ୍ରଶଂସା କରି କହିଥିଲେ। ୧୮ ବର୍ଷୀୟ ଝିଅକୁ ଲକ୍ଷ କରି ଓବାମା କହିଲେ- ମାଲିଆ ଏବଂ ସାଶା, ବଡ଼ ଆଚମ୍ବିତ ପରିସ୍ଥିତିରେ ତୁମେ ଅସାମାନ୍ୟ ତରୁଣୀ ହୋଇଯାଇଛ।... ମୁଁ ମୋ ଜୀବନରେ ଯାହା କରିଛି ସେଥିରେ ସବୁଠୁ ବେଶୀ ଗୌରବାନ୍ଵିତ ମନେକରୁଛି ତୁମମାନଙ୍କ ବାପା ହୋଇଛି ବୋଲି।