27 June 2017
5:48:05 AM
image
Sambad News
ଦେଶ- ବିଦେଶ

ବୁଡ଼ାଜାହାଜ ‘କାନ୍ଦେରୀ’ର ଜଳାବତରଣ

By Sambad | Date: Jan 12 2017 11:05AM
ବୁଡ଼ାଜାହାଜ ‘କାନ୍ଦେରୀ’ର ଜଳାବତରଣ
Photo Courtesy: Indian Express

ନୂଆଦିଲ୍ଲୀ: ଦ୍ୱିତୀୟ କାଲ୍‌ବାରି ଶ୍ରେଣୀୟ ସ୍କର୍ପିନି ବୁଡ଼ାଜାହାଜ ‘କାନ୍ଦେରୀ’କୁ ଆଜି ଜଳାବତରଣ କରାଯାଇଛି। ପତ୍ନୀ ବୀଣାଙ୍କ ସହ ପ୍ରତିରକ୍ଷା ବିଭାଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍‌ରେ ଆଜି ଏହାକୁ ମାଜାଗାଓଁ ଡକ୍‌ ଲିମିଟେଡ୍‌ଠାରେ ଆୟୋଜିତ ଏକ ଉତ୍ସବରେ ଜଳାବତରଣ କରାଇଛନ୍ତି। ଜଳବାହିନୀର ମୁଖ୍ୟ ଆଡ୍‌ମିରାଲ୍‌ ସୁନିଲ୍‌ ଲାନ୍‌ବା ମଧ୍ୟ ଉକ୍ତ ଅନୁଷ୍ଠାନରେ ଉପସ୍ଥିତ ଥିଲେ। 
 
ଏହି କାଲ୍‌ବେରି ଶ୍ରେଣୀୟ ବୁଡ଼ାଜାହାଜ ଅତି ସନ୍ତର୍ପଣରେ ଜଳରେ ବୁଡ଼ି ଯାତ୍ରା କରିବା ସହ ଶତ୍ରୁକୁ ପଙ୍ଗୁ କଲାଭଳି ଲକ୍ଷ୍ୟଭେଦ କରିପାରିବ। ଏହା ସବୁପ୍ରକାର ଜଳବାୟୁରେ କାର୍ଯ୍ୟକ୍ଷମ ହୋଇପାରିବ। 
 
ଏଥିରେ ଆଣ୍ଟି-ସରଫେସ୍‌ ଯୁଦ୍ଧାସ୍ତ୍ର, ଆଣ୍ଟି-ସବ୍‌ମାରାଇନ୍‌ ଯୁଦ୍ଧାସ୍ତ୍ର, ଗୁଇନ୍ଦା ସୂଚନା ସଂଗ୍ରହ, ମାଇନ୍‌ ବିଛାଯାଇଥିବାର ସୂଚନା ଏବଂ ସମ୍ପୃକ୍ତ ଅଞ୍ଚଳକୁ ଯାଞ୍ଚ କରିବା ଆଦି କାର୍ଯ୍ୟ ପାଇଁ ସମସ୍ତ ଉପକରଣ ଲଗା ଯାଇଛି। ଏଥିରୁ ଅଭ୍ୟନ୍ତର ଜଳରୁ କିଂବା ଜଳ ପୃଷ୍ଠରୁ ଆଣ୍ଟି-ସିପ୍‌ ମିସାଇଲ୍‌ କ୍ଷେପଣ କରିହେବ। 
 
ଏହାକୁ ମର୍‌ହଟା ଆଇଲାଣ୍ଡ୍‌ ଫୋର୍ସ ନାମାନୁସାରେ ନାମିତ କରାଯାଇଛି। ମେସର୍ସ ଡିସିଏନ୍‌ଏସ୍‌, ଫ୍ରାନ୍‌ସ୍‌ ସହଯୋଗରେ ନିର୍ମିତ ହେଉଥିବା ୬ଟି ବୁଡ଼ାଜାହାଜ ମଧ୍ୟରୁ ‘କାନ୍ଦେରୀ’ ହେଉଛି ଦ୍ୱିତୀୟ।
 
ଉଭୟ ଜଳପୃଷ୍ଠ ଏବଂ ଗଭୀର ଜଳରେ କଠୋର ପରୀକ୍ଷା କରାଯାଇ ଏହାକୁ ଆସନ୍ତା ଡିସେମ୍ବର ମାସରେ ‘ଆଇଏନ୍‌ଏସ୍‌ କାନ୍ଦେରୀ’ ନାମରେ ଭାରତୀୟ ଜଳବାହିନୀରେ ସାମିଲ କରାଯିବ।