26 March 2017
10:31:42 PM
Sambad News
ଦେଶ- ବିଦେଶ

ଉତ୍ତର କୋରିଆ ପାଖରେ ଦଶଟି ପରମାଣୁ ବୋମା ପ୍ରସ୍ତୁତ କରିବାର ପ୍ଲୁଟୋନିୟମ ରହିଛି: ଦକ୍ଷିଣ କୋରିଆ

By Sambad | Date: Jan 11 2017 8:23PM
ଉତ୍ତର କୋରିଆ ପାଖରେ ଦଶଟି ପରମାଣୁ ବୋମା ପ୍ରସ୍ତୁତ କରିବାର ପ୍ଲୁଟୋନିୟମ ରହିଛି: ଦକ୍ଷିଣ କୋରିଆ
National Geographic Kids

ସିଓଲ: ଉତ୍ତର କୋରିଆ ପାଖରେ ୧୦ଟି ପରମାଣୁ ବୋମା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ପ୍ଲୁଟୋନିୟମ ରହିଛି। ଗତ ସପ୍ତାହରେ କିମ୍‌ ଜଙ୍ଗ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ କ୍ଷେପଣାସ୍ତ୍ର କରିବା ନେଇ ସୂଚନା ଦେବା ପରେ ଆଜି ଦକ୍ଷିଣ କୋରିଆ ଏହି ତଥ୍ୟ ସାମ୍‌ନାକୁ ଆଣିଛି। ପୂର୍ବରୁ ପାଞ୍ଚଟି ପରମାଣୁ ଏବଂ ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଉତ୍ତର କୋରିଆ ବର୍ତ୍ତମାନ ଆମେରିକାର ସମକକ୍ଷ ହେବା ଲକ୍ଷ୍ୟରେ ରହିଛି। ଆମେରିକାକୁ ଭେଦ କରିପାରୁଥିବା ପରମାଣୁ ବୋମା ପ୍ରସ୍ତୁତ କରିବା ପାଇଁ କିମ୍‌ ଯୋଜନା କରିଥିବା କୁହାଯାଇଛି। ତେବେ ଏହାକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଛି। କେତେକ ଏହାକୁ ଉତ୍ତର କୋରିଆ ନିଜର ପରମାଣୁ କ୍ଷମତାକୁ ବୃଦ୍ଧି କରିବା ପାଇଁ ନିଜର ଅଭିଳାଷ ଭାବରେ ବର୍ଣ୍ଣନା କରିଥିବା ବେଳେ ଆଉ କେତେକ ୨୦୧୧ରେ କିମ୍‌ଙ୍କ ଦାୟିତ୍ୱ ଗ୍ରହଣ ପରେ ପରମାଣୁ ଶକ୍ତି ବୃଦ୍ଧି ପାଇଥିବା କହିଛନ୍ତି।