23 February 2017
5:49:28 AM
Sambad News
ଦେଶ- ବିଦେଶ

ପାଣିଆ ଡାଲି ସହ ରୁଟି,ସୀମା ସୁରକ୍ଷା ବଳର ଯବାନ୍‌ଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ

ତଦନ୍ତ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

By Sambad | Date: Jan 10 2017 11:29AM
ପାଣିଆ ଡାଲି ସହ ରୁଟି,ସୀମା ସୁରକ୍ଷା ବଳର ଯବାନ୍‌ଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ

ନୂଆଦିଲ୍ଲୀ: ସୀମାରେ ଦେଶ ଓ ଦେଶବାସୀଙ୍କ ପାଇଁ ଦିନ ଏବଂ ରାତିକୁ ଏକ କରି ପହରା ଦେଉଥିବା ସୀମା ସୁରକ୍ଷା ବଳର ଯବାନ୍‌ମାନଙ୍କୁ ନିମ ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ।ତେଜ ବାହାଦୁର ଯାଦବ ନାମକ ଯବାନ୍‌ ଏହି ଅଭିଯୋଗ କରିଥିଲେ। ସେ ବରଫ ଭିତରେ ସୀମାରେ ପହରା ଦେଉଥିବା ସମୟରେ ଏକ ଭିଡ଼ିଓ ରେର୍କଡିଂ କରି ପୋଷ୍ଟ କରିଥିଲେ। ଏହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ବାର୍ତ୍ତା ଦେଇଥିଲେ।  ଯବାନ୍‌ମାନଙ୍କୁ ଖାଦ୍ୟ ଯୋଗାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। 
ଏବିଷୟରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରୀ। ସୀମା ସୁରକ୍ଷା ବଳକୁ ଏ ସମ୍ପର୍କରେ ସବିଶେଷ ତଥ୍ୟ ମଗାଯାଇଛି ଓ ଗୃହମନ୍ତ୍ରୀ ରାଜନାଥ ସିଂ ଏହି ଭିଡିଓକୁ ଦେଖିଥିବା କଥା ଟ୍ଵିଟ୍‌ କରିିଛନ୍ତି।
ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ଭିଡ଼ିଓରେ ଯବାନ୍‌ ଜଣଙ୍କ ତାଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯିବା ସହ ଅନେକ ସମୟରେ ଖାଲି ପେଟରେ ଶୋଉଥିବା ଅଭିଯୋଗ କରିଥିଲେ। ସକାଳ ଜଳଖିଆରେ ପରଟା ସହ କେବଳ ଚା’ ଓ ମଧ୍ୟାହ୍ନ ଭୋଜନରେ ରୁଟି ସହ ପାଣିଆ ଡାଲି ଦିଆଯାଉଥିବା ଯବାନ୍‌ ଜଣଙ୍କ ଅଭିଯୋଗ କରିଥିଲେ।
ଏବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛି ସୀମା ସୁରକ୍ଷା ବଳ। ତଦନ୍ତ ପାଇଁ ସେହି ସ୍ଥାନକୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଠାଯାଇଛି ବୋଲି ସୀମାସୁରକ୍ଷା ବଳ ପକ୍ଷରୁ ଟ୍ଵିଟ୍‌ କରାଯାଇଛି।