27 June 2017
5:52:10 AM
image
Sambad News
ଦେଶ- ବିଦେଶ

ରାଜନୈତିକ ଦଳମାନେ ଆୟର ଉତ୍ସ ଦର୍ଶାଇବା ବାଧ୍ୟତାମୂଳକ ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

By Sambad | Date: Jan 12 2017 7:59AM
ରାଜନୈତିକ ଦଳମାନେ ଆୟର ଉତ୍ସ ଦର୍ଶାଇବା ବାଧ୍ୟତାମୂଳକ ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ
Photo Courtesy: Indian Express

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କୁ ଆୟକର ଦେୟରୁ ମୁକ୍ତ ରଖିବା ବେଆଇନ୍‌ ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ ବୁଧବାର ଦିନ ରାୟ ଦେଇଛନ୍ତି। ଫଳରେ ରାଜନୈତି ଦଳମାନେ ଛାଡ଼ ପାଉଥିବା ଆୟକର ସୁବିଧା ଭଲ ମନ୍ଦ- ଏହି ଯୁକ୍ତିର ଅବସାନ ଘଟିଛି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଏ ମାମଲା ପ୍ରଶାସନିକ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ଏବଂ ସେମାନଙ୍କ ବିଶ୍ୱାସର ପ୍ରଚାର ପାଇଁ ରାଜନୈତିକ ଦଳମାନଙ୍କର ଅର୍ଥ ଆବଶ୍ୟକ।
 
ରାଜନୈତିକ ଦଳମାନଙ୍କୁ ଆୟକର ଟିକସ ନିୟମର ଧାରା ୧୩ଏ ଅନୁସାରେ ଛାଡ଼ କରାଯାଉଥିବା ଟିକସର ବୈଧାନିକ ବୈଧ୍ୟତା ବିରୋଧରେ କରାଯାଇଥିବା ଏକ ଜନସ୍ୱାର୍ଥ ମାମଲାକୁ ଅଗ୍ରାହ୍ୟ କରିଛନ୍ତି ମୁଖ୍ୟ ବିଚାରପତି ଜେ ଏସ୍‌ ଖେହାର୍‌ ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ। 
 
ରାଜନୈତିକ ଦଳମାନେ ଗ୍ରହଣ କରୁଥିବା ଅର୍ଥର ଉତ୍ସ ଘୋଷଣାକୁ ବାଧ୍ୟତାମୂଳକ କରିବାର ଆବେଦନକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ନାକଚ କରିଦେଇଛନ୍ତି। 
 
କିନ୍ତୁ, ରାଜନୈତିକ ଦଳମାନଙ୍କର ପାଣ୍ଠି ଉପରେ ସଂସ୍କାର ଆଣିବାକୁ କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟ ନିରବ ରହିଛନ୍ତି। କିନ୍ତୁ, ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଏକ ଭାଷଣରେ କହିଛନ୍ତି କି, ଅବିଳମ୍ବେ ଏହାର ସମୀକ୍ଷା କରାଯିବ। 
 
ଏବେ ସରକାର ରାଜନୈତକ ଦଳମାନଙ୍କ ପାଇଁ ସର୍ବନିମ୍ନ ୨୦, ୦୦୦ ଟଙ୍କା ଅନୁଦାନକୁ ଅଜ୍ଞାତ ଉତ୍ସରେ ରଖିବାକୁ ଯାଉଥିବାବେଳେ ଏହା ଆୟକର ଛାଡ଼ ସଂକ୍ରାନ୍ତରେ କୌଣସି ସମୀକ୍ଷା କରିବା ପରି ଜଣାପଡୁନାହିଁ। 
 
ଆୟକର ଛାଡ଼ ଧାରାକୁ ଚାଲେଞ୍ଜ୍‌ କରି ଆଡ୍‌ଭୋକେଟ୍‌ ଏମ୍‌ ଏଲ୍‌ ଶର୍ମା ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ।