23 August 2017
3:23:07 PM
image
Sambad News
ଦେଶ- ବିଦେଶ

ବାଲିଆପାଳ: ବାୟୁସେନାର ମାନବବିହୀନ ବିମାନ ଦୁର୍ଘଟଣାଗ୍ରସ୍ତ

By Sambad | Date: Apr 21 2017 1:36PM
ବାଲିଆପାଳ: ବାୟୁସେନାର ମାନବବିହୀନ ବିମାନ ଦୁର୍ଘଟଣାଗ୍ରସ୍ତ

ବାଲେଶ୍ୱର : ବାୟୁସେନାର ଏକ ଚାଳକବିହୀନ ବିମାନ ବାଲିଆପାଳ ବ୍ଲକ ଅନ୍ତର୍ଗତ ଚାନ୍ଦମୁହିଁ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ଗାଁ ମୁଣ୍ଡରେ ଥିବା ଏକ ବିଲରେ ଖସିପଡ଼ିଛି।  ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।  ସ୍ଥାନୀୟ ବାସିନ୍ଦାଙ୍କଠାରୁ ପ୍ରକାଶ କି ଦିନ ପ୍ରାୟ ୧୧.୩୦ ମିନିଟ୍‌  ସମୟରେ ସେମାନେ ବିଲରେ କାମ କରୁଥିବା ବେଳେ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। ଶବ୍ଦ ଆସୁଥିବା ସ୍ଥାନକୁ ସେମାନେ ଦୌଡ଼ି ଯାଇ ଦେଖିଲା ବେଳକୁ ଲକ୍ଷ୍ୟ ବିମାନଟି ଖସି ଏକ ବିଲରେ ପଡ଼ିଛି। ଏହାପରେ ଖସିପଡ଼ିଥିବା ବିମାନକୁ  ଦେଖିବାକୁ ଭିଡ଼ ଜମିଥିଲା। ବାଲିଆପାଳ ପୁଲିସକୁ ଖବର ଦିଆଯାଇଛି। ଏହି ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନର ଅଧିକାରୀ ପହଞ୍ଚି ନ ଥିଲେ।