28 June 2017
9:25:32 PM
image
Sambad News
ରାଜ୍ୟ

ପୋସ୍କୋ ପାଇଁ ଗଛକଟା ଘଟଣା : ଶିଳ୍ପ ସଚିବଙ୍କୁ ନୋଟିସ୍‌

By Sambad | Date: Dec 30 2016 1:23AM
ପୋସ୍କୋ ପାଇଁ  ଗଛକଟା ଘଟଣା : ଶିଳ୍ପ ସଚିବଙ୍କୁ ନୋଟିସ୍‌

ପାରାଦୀପ : କୁଜଙ୍ଗ ଅଞ୍ଚଳରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ ଅବାଧ ଗଛ କଟାକୁ ନେଇ ରାଜ୍ୟ ମାନବାଧିକାର କମିସନ୍‌ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଏ ସଂପର୍କରେ ସବିଶେଷ ବିବରଣୀ ସହିତ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ଶିଳ୍ପ ସଚିବ ଓ ଜଙ୍ଗଲ ଓ ପରିବେଶ ବିଭାଗକୁ  ନିର୍ଦ୍ଦେଶ ଦେଇଛନ୍ତି।  ରିପୋର୍ଟ ମିଳିବା ପରେ ଏ ନେଇ ଆସନ୍ତା ଜାନୁଆରି ୧୬ ତାରିଖ ଦିନ ଶୁଣାଣି କରିବାକୁ କମିସନ ତାରିଖ ଧାର୍ଯ୍ୟ କରିଥିବା ଜଣାପଡ଼ିଛି। 
 
ପୋସ୍କୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଇଡ୍‌କୋ କର୍ତୃପକ୍ଷ ବିନା ବନୀକରଣରେ କୁଜଙ୍ଗ ଅଞ୍ଚଳରୁ ଗଛ କାଟିଥିବା ନେଇ ଅଭିଯୋଗ ହୋଇଥିଲା।  ଏହାଦ୍ୱାରା ଭୟଙ୍କର ପରିବେଶ ପ୍ରଦୂଷଣ ହେବା ସହ ମାନାବାଧିକାର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ହ୍ୟୁମାନ ରାଇଟ୍‌ ୱାଚ୍‌ର ସଂପାଦିକା ସଂଗୀତା ସ୍ୱାଇଁ ଏ ସଂପର୍କରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। 
 
ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ପୋସ୍କୋ ପାଇଁ ଇଡକୋ କର୍ତୃପକ୍ଷ ୧ଲକ୍ଷ ୫୦ ହଜାର ୭୫ଟି ଗଛ କାଟିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ ୧ଲକ୍ଷ ୯୦ ହଜାର ୮୭ ଗଛ କାଟିବାର ବି ଯୋଜନା ରହିଛି। ଏହାକୁ ଦୃଷ୍ଟିରେ ରଖି ଇଡକୋ ଓ ପୋସ୍କୋ କର୍ତୃପକ୍ଷଙ୍କ ବିରୋଧରେ ଫୌଜଦାରୀ ତଥା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ସ୍ୱାଇଁ ଅନୁରୋଧ  କରିଥିଲେ।