22 February 2017
9:21:14 AM
Sambad News
ଜଗତସିଂହପୁର

୨ ଚୋରା ମଦ ବେପାରୀ ଗିରଫ

By Sambad | Date: Dec 31 2016 12:03PM
୨ ଚୋରା ମଦ ବେପାରୀ ଗିରଫ


ଗାରୋଇ: ନାଉଗାଁ ବ୍ଲକ ଗଙ୍ଗଦାହାଟରେ ଚୋରା ମଦ ବେପାର ବନ୍ଦ ହୋଇପାରୁନାହିଁ। ଆଜି ହାଟରୁ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବଟକୃଷ୍ଣ ଜେନା ଓ ଶ୍ରୀଚରଣ ମହାନ୍ତି। ବଟକୃଷ୍ଣଙ୍କଠାରୁ ୬ ଓ ଶ୍ରୀଚରଣଙ୍କ ପାଖରୁ ୮ ଲୁଟର ବିଦେଶୀ ମଦ ଜବତ କରାଯାଇଛି। ନାଉଗାଁର ନୂଆ ଥାନାଧିକାରୀ  ସର୍ବେଶ୍ୱର ବେହେରା ଓ ଏଏସ୍‌ଆଇ ଏସ.କେ. ବଳ  ପୁଲିସ କର୍ମଚାରୀଙ୍କ ସହାୟତାରେ ଚଢାଉ କରିଥିଲେ। ବାରମ୍ବାର ଚଢାଉ ପରେ ବି ଗଙ୍ଗଦାହାଟରେ ଚୋରାମଦ ବେପାର ବନ୍ଦ ହୋଇପାରୁନାହିଁ। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ପୁଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।