21 January 2017
11:53:07 AM
image
Sambad News
ରାଜ୍ୟ

ମହିମାଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ

By Sambad | Date: Jan 2 2017 5:35AM
ମହିମାଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ

ପାରାଦୀପ : ପାରାଦୀପର ବହୁଚର୍ଚ୍ଚିତ ସିୱେଜ୍‌ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ହୋଇଥିିବା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ପାରାଦୀପ ପୁଲିସ ଆଜି ୪ ଦିନିଆ ରିମାଣ୍ଡରେ ଆଣିଛି। ପୁଲିସ ମହିମାଙ୍କୁ ପାରାଦୀପ ଥାନାରେ ରଖି ଜେରା କରିବ ବୋଲି ଜଣାପଡିଛି। ଆଜି ଅପରାହ୍ଣରେ କୁଜଙ୍ଗ ସମାଗୋଳ ଜେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ମହିମାଙ୍କୁ ପାରାଦୀପ ଥାନାକୁ ଅଣାଯାଇଥିଲା। ପାରାଦୀପ ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକ ତାଙ୍କୁ ଜେରା କରିବେ। ମାତ୍ର ଏହା ଏକ ଗୁରୁତ୍ଵପୂର୍ଣ୍ଣ ମାମଲା ହୋଇଥିବାରୁ ଜଗତସିିଂହପୁର ଏସ୍‌ପି ମହିମାଙ୍କୁ ଜେରା କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
 
ମହିମା ଗିରଫ ହେବା ପରେ ରିମାଣ୍ଡରେ ଆଣିବାକୁ ପୁଲିସ କୁଜଙ୍ଗ ଜେଏମ୍‌ଏଫସି କୋର୍ଟରେ ଆବେଦନ କରିଥିଲା। ମହିମାଙ୍କୁ ଗତ ୨୯ ତାରିଖରୁ ରିମାଣ୍ଡରେ ନେବାକୁ କୋର୍ଟ ପୁଲିିସକୁ ଅନୁମତି ଦେଇଥିଲେ। ମାତ୍ର ଜରୁରୀ କାରଣ ଦର୍ଶାଇ ରିମାଣ୍ଡ ସମୟ ବଦଳାଇବାକୁ ପୁଲିସ ପୁନର୍ବାର କୋର୍ଟରେ ଆବେଦନ କରିଥିଲା। ପରେ ଜାନୁଆରି ପହିଲାରୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଥିଲା।