26 April 2017
1:27:09 PM
image
Sambad News
ଜଗତସିଂହପୁର

ମର୍ମତୁଦ ଦୁର୍ଘଟଣା: ଶିଶୁପୁତ୍ର, କଲେଜ ଛାତ୍ର ମୃତ

By Sambad | Date: Jan 5 2017 11:24AM
ମର୍ମତୁଦ ଦୁର୍ଘଟଣା: ଶିଶୁପୁତ୍ର, କଲେଜ ଛାତ୍ର ମୃତ

କୁଜଙ୍ଗ:  କଟକ-ପାରାଦୀପ ରାସ୍ତାରେ ଆଜି ଦୁଇ ପୃଥକ  ଦୁର୍ଘଟଣାରେ ଜଣେ ଶିଶୁପୁତ୍ର ଓ କଲେଜ ଛାତ୍ରଙ୍କ ପ୍ରାଣ ଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଓ କଲେଜ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ।
ସୂଚନା ଅନୁସାରେ, ଅପରାହ୍ନ ୩ଟାରେ କଟକ-ପରାଦୀପ  ରାସ୍ତାର ବଳରାମପୁର ଛକ ନିକଟରେ ବଳରାମପୁର ଗ୍ରାମର ରଞ୍ଜନ କୁମାର ସାହୁଙ୍କ ପୁଅ ରାଜକିଶୋର(୪)ଯାଉଥିବା ବେଳେ ତାକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାକୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣାର ୧୦ ମିନିଟ ପରେ ରାସ୍ତାର  ୧୫ନମ୍ବର ଏଚ୍‌କେ ଏକାଡେମୀ ନିକଟରେ ତେଲ ଟ୍ୟାଙ୍କର(ଓଆର୍‌-୨୧ଡି-୦୫୮୮)ଧକ୍କାରେ କୁଜଙ୍ଗ କଲେଜ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଛାତ୍ରଜଣକ ହେଉଛନ୍ତି ଜେନାମଣୀ ସୁଦୀପ୍‌ ଚୌଧୁରୀ। ସେ ବାଇକ୍‌ରେ କଲେଜରୁ  ଘରକୁ ଫେ଼ରୁଥିବା ବେଳେ କଟକରୁ ପାରାଦୀପ ଯାଉଥିବା ତେଲଟ୍ୟାଙ୍କର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସେ କୁଜଙ୍ଗ କଲେଜର +୩ ପ୍ରଥମ ବର୍ଷ କଳା ଛାତ୍ର। ତାଙ୍କ ଘର ମହାକାଳପଡା ବ୍ଲକ୍‌ ଟିକରପଙ୍ଗା ଗ୍ରାମରେ।
ଶିଶୁ ମୃତ୍ୟୁ ନେଇ ବଳରାମୁପରରେ ସ୍ଥାନୀୟ ଲୋକେ ଓ ଛାତ୍ର ମୃତ୍ୟୁ ପରେ ୧୫ ନମ୍ବରରେ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ। ସନ୍ଧ୍ୟା ସାଢେ ସାତଟା ସୁଦ୍ଧା ରାସ୍ତାରୋକ ହଟି ନ ଥିବା ବେଳେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

image