26 June 2017
3:54:38 AM
Sambad News
ରାଜ୍ୟ

ମହିମାଙ୍କ ରିମାଣ୍ଡ ସରିଲା : ସମାଗୋଳ ଜେଲ୍‌ ପଠାଗଲା

ଅନୁଗୁଳ ପୁଲିସ୍‌ ନେବ ଗୋଟିଏ ଦିନ

By Sambad | Date: Jan 5 2017 9:42PM
ମହିମାଙ୍କ ରିମାଣ୍ଡ ସରିଲା : ସମାଗୋଳ ଜେଲ୍‌ ପଠାଗଲା

କଟକ କମିଶନରେଟ୍‌ ପୁଲିସ୍‌ର ଆବେଦନ
 
ପାରାଦୀପ : ସିୱେଜ୍‌ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣାରେ  ଗିରଫ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ତାଙ୍କୁ ସମାଗୋଳ ଜେଲ୍‌କୁ ପଠାଇ ଦିଆଯାଇଛି। ତେବେ,  ରିମାଣ୍ଡ ଝାମେଲା ଏଇଠୁ ସରିଯାଇନି। ତାଙ୍କୁ  ଗୋଟିଏ ଦିନ ରିମାଣ୍ଡରେ ନେବା ପାଇଁ ଅନୁଗୁଳ ପୁଲିସ୍‌କୁ ଅନୁମତି ମିଳିଛି। କଟକ କମିଶନରେଟ୍‌ ପୁଲିସ୍‌ ବି ରିମାଣ୍ଡ ପାଇଁ ଆବେଦନ କରିଥିବା ଜଣାପଡ଼ିଛି।
 
ଗତ ୨ ତାରିଖରୁ ରିମାଣ୍ଡରେ ଅଣାଯିବା ପରେ ମହିମାନନ୍ଦଙ୍କୁ ପାରାଦୀପ ଥାନାରେ ରଖି ପଚରାଉଚରା କରାଯାଇଥିଲା। ପୁଲିସ୍‌ ସହିତ କ୍ରାଇମବ୍ରାଞ୍ଚର ଏକ ଦଳ ତାଙ୍କୁ ପଚରାଉଚରା କରିଥିଲେ। ୧୯୯୫ ମସିହା ଜେଏମ୍‌ ବକ୍ସି ମ୍ୟାନେଜର ଅପହରଣ, ୨୦୧୧ରେ ଜଳାରାମ ଟ୍ରାନ୍‌ସପୋର୍ଟ ଗୁଳିକାଣ୍ଡ  ଭଳି ପୁରୁଣା ଘଟଣା ମଧ୍ୟ ପଚରାଉଚରାରେ ସ୍ଥାନ ପାଇଥିଲା। ଆଜି ତାଙ୍କର ରିମାଣ୍ଡ ଅବଧି ଶେଷ ହୋଇଯାଇଛି। ଦିନ ୧ଟା ସମୟରେ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ଆସନ୍ତାକାଲି ଅନୁଗୁଳ ପୁଲିସ୍‌ ମହିମାନନ୍ଦଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିବ।  
 
ଗତକାଲି ଜଳାରାମ ଟ୍ରାନ୍ସପୋର୍ଟ ଗୁଳିକାଣ୍ଡ ଘଟଣାରେ ପଚରାପଚରି କରିଥିବା କୋଲିଆରି ପୁଲିସ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲେ। ଆଜି ତାଳଚେର କୋର୍ଟ ମହିମାଙ୍କୁ ରିମାଣ୍ଡରେ ନେବାକୁ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ନିବେଦନ କରିଥିଲେ। ଗୋଟିଏ ଦିନ ରିମାଣ୍ଡରେ ନେବା ପାଇଁ ଅନୁଗୁଳ ପୁଲିସ୍‌କୁ ଅନୁମତି ମିଳିଛି। 
 
ଅନ୍ୟପକ୍ଷରେ, କିଛି ପୁରୁଣା ମାମଲାରେ ରିମାଣ୍ଡରେ ନେବାକୁ କଟକ କମିସନ୍‌ରେଟ ପୁଲିସ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି।