22 February 2017
10:55:34 PM
Sambad News
ଜଗତସିଂହପୁର

ମୁହଁ ମୋଡ଼ୁଛନ୍ତି ପର୍ଯ୍ୟଟକ

ପ୍ରବେଶ ଦ୍ଵାରରେ ଅବ୍ୟବସ୍ଥା

By Sambad | Date: Jan 6 2017 11:22AM
ମୁହଁ ମୋଡ଼ୁଛନ୍ତି ପର୍ଯ୍ୟଟକ

ଜଗତ୍‌ସିଂହପୁର ଟାଉନ୍‌: ପର୍ଯ୍ୟଟନ ଋତୁରେ ଜଗତ୍‌ସିଂହପୁର ଜିଲ୍ଲାରେ ଥିବା ଦର୍ଶନୀୟ ସ୍ଥାନକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ବିରିଡ଼ି ବ୍ଲକ୍‌ ଉତ୍ତରଶାସନ ପଞ୍ଚାୟତ ଅଧୀନରେ ଥିବା କଇଜଙ୍ଗା  ବଜାର ନିକଟରେ ଜିଲ୍ଲାର ପ୍ରବେଶ ଦ୍ଵାରକୁ ଦେଖି ପର୍ଯ୍ୟଟକମାନେ ମୁହଁ ମୋଡ଼ୁଛନ୍ତି। ସର୍ବଶିକ୍ଷା ଅଭିଯାନ ଏବଂ ବିରିଡ଼ି ପଞ୍ଚାୟତ ସମିତି ପକ୍ଷରୁ ଦୀର୍ଘ ବର୍ଷ ପୂର୍ବରୁ ଦୁଇଟି ସିମେଣ୍ଟ ଫଳକ କରାଯାଇଛି। ଏହା ଶୋଚନୀୟ ହୋଇପଡ଼ିଛି।  ସେଥିରୁ ରଙ୍ଗ ଛାଡ଼ି ଯିବା ସହ ଅକ୍ଷର ଲିଭି ଗଲାଣି।  ଜିଲ୍ଲାର ପ୍ରବେଶ ଦ୍ଵାରରେ ଏଭଳି ସ୍ଥିତି ଦେଖିଲେ ଜିଲ୍ଲାର ଅବସ୍ଥା ଅନୁମେୟ କରିହେବ।
 

ଜିଲ୍ଲା ଆରମ୍ଭରେ ଜିଲ୍ଲା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୋଟିଏ ବି ଫଳକ ଲଗା ଯାଇନାହିଁ। ଜିଲ୍ଲାରେ ଥିବା ଦର୍ଶନୀୟ ବା ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ କୌଣସି ସୂଚନା ଫଳକ ନାହିଁ। ଫଳରେ ଯେଉଁ କେତେ ଜଣ ପର୍ଯ୍ୟଟକ ଜିଲ୍ଲାକୁ ଭ୍ରମଣ କରିବାକୁ ଆସୁଛନ୍ତି ସେମାନେ ଅନେକ ସମୟରେ ବାଟବଣା ହେଉଛନ୍ତି ଏବଂ ଜିଲ୍ଲାର ପ୍ରବେଶ ଦ୍ଵାର ଅବସ୍ଥା ଦେଖି ମୁହଁ ମୋଡ଼ୁଛନ୍ତି। 

ଏନେଇ ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ କହିଛନ୍ତି ଯେ, ନିର୍ବାଚନ ନ ସରିବା ପର୍ଯ୍ୟନ୍ତ କିଛି କରି ହେବନାହିଁ। କନ୍ଦରପୁରରୁ ଏନ୍‌ଏଚ୍‌ ଆସୁଛି। ସେଥିରେ ରାସ୍ତା ଚଉଡ଼ା କରାଯାଇ ଫଳକ ଲଗାଯିବ। ପରେ ବଡ଼ ଗେଟ୍‌ କରାଯିବାର ଯୋଜନା କରାଯାଉଛି। ତେବେ ଜିଲ୍ଲାରେ ଥିବା ଦର୍ଶନୀୟ ସ୍ଥାନ ଓ ଅନ୍ୟାନ୍ୟ ସୂଚନା ରଖାଯାଇ ଏକ ବୃହତ ଗେଟ୍‌ କରାଯିବାକୁ ଦାବି ହେଉଛି।