22 August 2017
4:45:10 PM
image
Sambad News
ଜଗତସିଂହପୁର

କଂଗ୍ରେସର ମୁଖ୍ୟ ଅସ୍ତ୍ର ବିମୁଦ୍ରାକରଣ

By Sambad | Date: Jan 7 2017 11:48AM
କଂଗ୍ରେସର ମୁଖ୍ୟ ଅସ୍ତ୍ର ବିମୁଦ୍ରାକରଣ

ଜଗତ୍‍ସିଂହପୁର ଟାଉନ୍‍: ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳର ମୁଖ୍ୟ ଅସ୍ତ୍ର ହେବ ବିମୁଦ୍ରାକରଣ।  ବିମୁଦ୍ରାକରଣରେ ସାଧାରଣ ଲୋକ ଭୋଗିଥିବା କଷ୍ଟ, ଯନ୍ତ୍ରଣାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଭୋଟରଙ୍କ ପାଖରେ ପହଞ୍ଚିବ। ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଅଲ୍‍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ର ସଦସ୍ୟ ତଥା ଜଗତ୍‍ସିଂହପୁରର ପର୍ଯ୍ୟବେକ୍ଷକ ବିଶ୍ୱଜିତ୍‍ ସରକାର।  ସେ କହିଛନ୍ତି ଯେ, ବିମୁଦ୍ରାକରଣ ଆଳରେ ଦେଶର ଗରିବ ଜନତାଙ୍କୁ ଲୁଟ୍‍ କରାଯାଇଛି।
 ବିମୁଦ୍ରାକରଣ ଏବଂ ମୋଦି କରୁଥିବା ଜନ ବିରୋଧୀ କାର୍ଯ୍ୟ ଜନ ଆନ୍ଦୋଳନର ରୂପ ନେବ। ୫୦ ଦିନ ଭିତରେ ବ୍ୟାଙ୍କରୁ ଟଙ୍କା ଉଠାଣ ସ୍ୱାଭାବିକ ହୋଇ ନାହିଁ।  ମୋଦି ଦେଶବାସୀଙ୍କୁ କାଙ୍ଗାଳ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଆସନ୍ତା ୯ ତାରିଖଠାରୁ ଗାଁ ଗାଁରେ ଆନ୍ଦୋଳନ କରାଯିବ। ଦେଶରେ ଥିବା ଲୁଟେରାଙ୍କୁ ହଟାଇବା ପାଇଁ ଦ୍ଵିତୀୟ ସ୍ୱାଧୀତନା ସଂଗ୍ରାମ କରାଯିବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂଯୋଜକ  ହଳଧର ସେଠୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନଟବର ବାରିକ, ଜିଲ୍ଲା କଂଗ୍ରେସ କମିଟି ସଭାପତି ରବୀନ୍ଦ୍ର ମହାନ୍ତି, ପିସିସି ଓବିସି ସେଲ୍‍ର ବିଷ୍ଣୁ ବାରିକ, ଜଗତ୍‍ସିଂହପୁର ବ୍ଲକ୍‍ କଂଗ୍ରେସ ସଭାପତି ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ନିତ୍ୟାନନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।