25 March 2017
3:15:59 AM
Sambad News
ଜଗତସିଂହପୁର

ଧର୍ମପରାୟଣା ମହିଳା ବିଦ୍ୟୁତ୍‌ଲତା ପଟ୍ଟନାୟକଙ୍କ ପରଲୋକ

By Sambad | Date: Jan 8 2017 1:02AM
ଧର୍ମପରାୟଣା ମହିଳା ବିଦ୍ୟୁତ୍‌ଲତା ପଟ୍ଟନାୟକଙ୍କ ପରଲୋକ

ଜଗତସିଂହପୁର/ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ଟିଟିଙ୍ଗା ଗ୍ରାମର ସ୍ୱର୍ଗତ ପ୍ରାଣକୃଷ୍ଣ ପଟ୍ଟନାୟକଙ୍କ ଧର୍ମପତ୍ନୀ ବିଦ୍ୟୁତ୍‌ଲତା ପଟ୍ଟନାୟକଙ୍କର ଶୁକ୍ରବାର ଅପରାହ୍‌ଣ ୪ଟାରେ ତାଙ୍କ ଗ୍ରାମସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣା, ପରୋପକାରୀ, ମିଷ୍ଟଭାଷୀ ମହିଳା ଭାବେ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଟିଟିଙ୍ଗା ସମେତ ଆଖପାଖ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
 
ବିଦ୍ୟୁତ୍‌ଲତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ବଡ଼ପୁଅ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ରବୀନ୍ଦ୍ର କୁମାର ପଟ୍ଟନାୟକ, ବଡ଼ବୋହୂ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ମହାନ୍ତି, ସାନପୁଅ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସବିତା ରଂଜନ ପଟ୍ଟନାୟକ, ସାନବୋହୂ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପଦ୍ମଜା ପଟ୍ଟନାୟକ, ଝିଅ ଅଧ୍ୟାପିକା ସୁଜାତା ପଟ୍ଟନାୟକ, ଜ୍ୱାଇଁ ବ୍ୟାଙ୍କ ଅଫିସର୍‌ ରବି ପଟ୍ଟନାୟକ, ଦିଅର ରାଜକିଶୋର ପଟ୍ଟନାୟକ, ଝିଆରି ମମତା ପଟ୍ଟନାୟକ, ରୀତା, ମିତା ଏବଂ ଝିଆରି ଜ୍ୱାଇଁ କାବୁ, ଧ୍ରୁବଚରଣ ପଟ୍ଟନାୟକ, ପ୍ରସନ୍ନ କୁମାର ପଟ୍ଟନାୟକ, ଯାଆ କ୍ଷେତ୍ରମଣି, ଲିନା, ମୀନା, ପୁତୁରା ବିଜୟ କୁମାର ପଟ୍ଟନାୟକ (‘ସମ୍ବାଦ’ର ପ୍ରକାଶକ), ଓଡ଼ିଶା ସରକାରଙ୍କ ଆସିଷ୍ଟାଣ୍ଟ ଲେବର କମିସନର୍‌ ଅଜୟ କୁମାର ପଟ୍ଟନାୟକ, ଅମିତାଭ ପଟ୍ଟନାୟକ, ଜିତେନ୍ଦ୍ର ପଟ୍ଟନାୟକ, ସୁରେନ୍ଦ୍ର ପଟ୍ଟନାୟକ, ସୁନୀଲ ପଟ୍ଟନାୟକ, ଉମେଶ ଚନ୍ଦ୍ର ପଟ୍ଟନାୟକ, ନଣନ୍ଦ କମଳ କାନୁନ୍‌ଗୋ, ଡ. ସ୍ୱରୂପ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ବୁବୁ କାନୁନ୍‌ଗୋ, ବୁଲୁ ମହାନ୍ତି, ଦେବ ପଟ୍ଟନାୟକ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ ସହ ସରପଞ୍ଚ ଚିତ୍ତରଂଜନ ରାଉଳ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଥିଲା।