24 May 2017
9:12:01 PM
image
Sambad News
ରାଜ୍ୟ

ଜଗତସିଂହପୁର ବିଜେଡିରେ ଛିଡୁନି ଭାଗବଣ୍ଟା

ସଭାପତି ବାଣ୍ଟିବେ ଜିଲ୍ଲା ପରିଷଦ ଟିକଟ!

By Sambad | Date: Jan 9 2017 11:14PM
ଜଗତସିଂହପୁର ବିଜେଡିରେ ଛିଡୁନି ଭାଗବଣ୍ଟା

-ଭୁବନେଶ୍ୱରରେ ପ୍ରାର୍ଥୀ ପାଇଁ ଟକ୍‌ରାଟକରି, ଦାମଙ୍କ ଘରେ ରାଜଶ୍ରୀ
-ପାର୍ଟି ଅଫିସରେ ଅପେକ୍ଷାରତ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଭକୁଆ

 

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ରହିଥିବା ବିବାଦ ଚଳିତ ପଞ୍ଚାୟତ ନିର୍ବାଚନରେ ତୀବ୍ର ହୋଇଛି। ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନକୁ ନେଇ ଜିଲ୍ଲା ବିଜେଡି ରାଜନୀତିରେ ପୁଣି ଥରେ ନେତାଙ୍କ ମଧ୍ୟରେ ଟକରାଟକରି ପରିସ୍ଥିତି ଉପୁଜିଛି। ରାଜଧାନୀ ଭୁବନେଶ୍ୱରରେ ଜିଲ୍ଲା ନେତାଙ୍କ ମଧ୍ୟରେ ଦେଖାଦେଇଥିିବା ଅହମିକାର ଯୁଦ୍ଧ ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଫଳରେ ଜିଲ୍ଲା ବିଜେଡିରେ ରହିଥିବା ଅଡୁଆ ଛିଡିବା ବଦଳରେ ପୁଣି ଥରେ ଜଟିଳ ହୋଇଛି।
ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନକୁ ନେଇ  ଏଭଳି ପରିସ୍ଥିତି ଉପୁଜିଛି।  ପ୍ରାର୍ଥୀ ଚୟନକୁ ନେଇ ରହିଥିବା ଏ ବିବାଦ  କଥା ଜିଲ୍ଳା ନେତା କି ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ସୀମିତ ରହିନାହିଁ। ବରଂ ଖୋଦ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ କାନକୁ ଏ କଥା ଯାଇଥିବା ଜଣାପଡିଛି।

ଗୋଟିଏ ପଟେ ରାଜଶ୍ରୀ ମଲ୍ଲିକ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ଧରି ନିଜ ନିର୍ବାଚନମଣ୍ଡଳୀର ତାଲିକା ଦାଖଲ କରିଥିବା ବେଳେ ଜିଲ୍ଲା ସଭାପତି  ବିଷ୍ଣୁ ଦାସ ଆଉ ଏକ ପୃଥକ ତାଲିକା ଉପସ୍ଥାପନ କରିଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ତିର୍ତ୍ତୋଳ ନିର୍ବାଚନମଣ୍ଡଳୀର ୮ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ପ୍ରାର୍ଥୀ ଚୟନ କରିବେ ବୋଲି କୁହାଯାଉଛି।  ତିର୍ତ୍ତୋଲ ଅଡୁଆର ସମାଧାନ ପାଇଁ ଭୁବନେଶ୍ୱର ରାଜ୍ୟ ବିଜେଡି ପାର୍ଟ ଅଫିସରରେ ଡକାଯାଇଥିବା ବୈଠକ ବାତିଲ ହେବା ପରେ ଏଭଳି ପରିସ୍ଥିତି ଉପୁଜିଛି। ତେବେ ତିର୍ତ୍ତୋଲର ଏ ଅଡୁଆ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଅସହାୟ କରିଥିବା କୁହାଯାଉଛି। ଏହାଦ୍ଵାରା  ଦଳର ଚରମ ବିଶୃଙ୍ଖଳା ପଦାରେ ପଡିଥିବା ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି।        

ଅନ୍ୟପକ୍ଷରେ, ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଥିବା ୮ଟି ଜିଲ୍ଲା ପରିଷଦ ଜୋନ୍‌ର ପ୍ରାର୍ଥୀ ଚୟନରେ କାହାର ଦମ୍‌ କେତେ ସେ ନେଇ ଜିଲ୍ଲାର ବିଜେଡି ନେତା ଦୁଇ ଭାଗ ହୋଇଯାଇଛନ୍ତି। ଗୋଟିଏ ପଟେ ସାଂସଦ ବିଷ୍ଣୁ ଦାସ-ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ସାଂସଦ ଡାକ୍ତର କୁଳମଣି ସାମଲ ରହିଥିବା ବେଳେ ଅନ୍ୟ ପଟେ ମନ୍ତ୍ରୀ ଡାକ୍ତର ଦାମୋଦର ଓ ଡାକ୍ତର ରାଜଶ୍ରୀ ମଲ୍ଲିକ ରହିଛନ୍ତିିି। ପ୍ରାର୍ଥୀ ଚୟନକୁ ନେଇ ଦେଖାଦେଇଥିବା ଶୀତଳ ଯୁଦ୍ଧର ଅବସାନ କରି  ଏକ ସିଦ୍ଧାନ୍ତରରେ ଉପନୀତ ହେବା ପାଇଁ   ଭୁବନେଶ୍ୱର ରାଜ୍ୟ ବିଜେଡି ପାର୍ଟ ଅଫିସରରେ ଏକ ବୈଠକ ଡକାଯାଇଥିଲା।

ତିର୍ତ୍ତୋଲ ଅଡୁଆ ଛିଡାଇବାକୁ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ଏହି ବୈଠକ ଡକାଇଥିଲେ। ବୈଠକକୁ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ, ସାଂସଦ, ଜିଲ୍ଳା ପରିଷଦ ସଭ୍ୟ, ବ୍ଲକ୍‌ ସଭାପତିଙ୍କୁ ଡକାଯାଇଥିଲା। ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଖୋର୍ଦ୍ଧାର ଶରତ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ। ବୈଠକକୁ ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ବିଧାୟିକା ପର୍ଯ୍ୟବେକ୍ଷକଙ୍କ ଦ୍ଵାରା ଆହୂତ ଏହି ବୈଠକକୁ ବର୍ଜନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ଜିଲ୍ଲାର ସମସ୍ତ ନେତା ଯଥା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି, ସାଂସଦ କୁଳମଣି ସାମଲ, ରାଜ୍ୟସଭା ସାଂସଦ ବିଷ୍ଣୁ ଦାସ, ଜିଲ୍ଲା ପରିଷଦ ସଭ୍ୟ, ଜଣେ ବ୍ଲକ୍‌ ସଭାପତି ଉପସ୍ଥିତଥିଲେ। ଦୀର୍ଘ ତିନି ଘଣ୍ଟା କାଳ ବିଧାୟିକାଙ୍କୁ ଅପେକ୍ଷା କରାଯାଇଥିଲା। ମାତ୍ର ବିଧାୟିକା ସେଠାକୁ ଆସିନଥିଲେ। ବିଧାୟିକାଙ୍କୁ ସମର୍ଥନ କରୁଥିବା ଦୁଇ ବ୍ଲକ୍‌ ସଭାପତି ମଧ୍ୟ ବୈଠକକୁ ଯାଇନଥିଲେ।  ଦାମ-ରାଜଶ୍ରୀ ତାଙ୍କ ଆଣ୍ଟରେ ଅଟଳ ରହିଥିଲେ। ଶେଷ ପର୍ଯ୍ୟନ୍ତ ବୈଠକକୁ ଆସିନଥିଲେ। ଏହାକୁ ନେଇ ପର୍ଯ୍ୟବେକ୍ଷକ ଶ୍ରୀ ଆଚାର୍ଯ୍ୟ ଓ ସାମଲ କ୍ଷୁବ୍ଧ ରହିଥିଲେ। ବୈଠକ ବାତିଲ କରାଯାଇଥବା ଜଣାପଡ଼ିଛି।

image