26 June 2017
3:55:52 AM
Sambad News
ଜଗତସିଂହପୁର

ପାରାଦୀପ ବନ୍ଦର ମେଡିକାଲରେ ଅଗ୍ନିକାଣ୍ଡ, ଜଳିଗଲା ଯନ୍ତ୍ରାଂଶ

By Sambad | Date: Jan 9 2017 10:07PM
ପାରାଦୀପ ବନ୍ଦର ମେଡିକାଲରେ ଅଗ୍ନିକାଣ୍ଡ, ଜଳିଗଲା ଯନ୍ତ୍ରାଂଶ

ପାରାଦୀପ,: ପାରାଦୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟ (ପୋର୍ଟମେଡିକାଲ)ରେ ଅଗ୍ନିକାଣ୍ଡ ଘଟି ମେଡିକାଲର ପାଥୋଲାବ୍‌ର କିଛି ଯନ୍ତ୍ରାଂଶ ଜଳିଯାଇଛି।  ଆଜି ଅପରାହ୍ନରେରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
ସୂଚନା ଅନୁସାରେ, ମେଡିକାଲ ଲ୍ୟାବ୍‌ରେ ଲାଗିଥିବା ଏକ ଏସ୍‌ସିରୁ ସଟ୍‌ସର୍କିଟ ହୋଇ ସମଗ୍ର କୋଠରୀ ଧୂଆଁମୟ ହୋଇପଡିଥିଲା। ଏ ନେଇ ଅଗ୍ନିସମ ବିଭାଗକୁ ଖବର ଦିଆଯାଇଥିଲା। ଖବରପାଇ ଅଗ୍ନିସମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ,  ଲାବ୍ରୋଟୋରୀର ଏସ୍‌ସି, କମ୍ପ୍ୟୁଟର ଜଳିଯାଇଥିବା ଜଣାପଡ଼ିଛି।