22 August 2017
4:52:00 PM
image
Sambad News
ଜଗତସିଂହପୁର

ପାରାଦୀପ ପୋର୍ଟ ମେଡିକାଲ୍‌ରେ ଅଗ୍ନିକାଣ୍ଡ

By Sambad | Date: Jan 9 2017 4:03PM
ପାରାଦୀପ ପୋର୍ଟ ମେଡିକାଲ୍‌ରେ ଅଗ୍ନିକାଣ୍ଡ

ପାରାଦୀପ: ସୋମବାର ଅପରାହ୍ନରେ ପାରାଦୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟ (ପୋର୍ଟ ମେଡିକାଲ୍‌)ରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଧନ ଜୀବନ କ୍ଷୟକ୍ଷତି  ଘଟି ନ ଥିଲେ ମଧ୍ୟ ମେଡିକାଲ ପୋଥୋ ଲ୍ୟାବ୍‌ର କିଛି ଯନ୍ତ୍ରାଂଶ ପୋଡ଼ି ଯାଇଛି। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ମେଡିକାଲ ଅଫିସର୍‌ ପ୍ରହଲ୍ଲାଦ ପଣ୍ଡା ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଗୋଟିଏ ଏୟାର କଣ୍ଡିସନ୍‌ର(ଏସି) ପୋଡ଼ି ଯାଇଛି।