22 February 2017
11:41:23 AM
Sambad News
ଜଗତସିଂହପୁର

ପାରାଦୀପଗଡ଼ରେ ଗୁଳିମାଡ଼ : ଦୁର୍ବୃତ୍ତ ଫେରାର, ଦୁଇଟି ଖୋକା ଜବତ

By Sambad | Date: Jan 6 2017 9:54PM
ପାରାଦୀପଗଡ଼ରେ ଗୁଳିମାଡ଼ : ଦୁର୍ବୃତ୍ତ ଫେରାର, ଦୁଇଟି ଖୋକା ଜବତ
Photo by : nbcconnecticut.com

ପାରାଦୀପ : ପାରଦୀପ ଉପକଣ୍ଠ ଗଡ଼ବଜାରସ୍ଥିତ ଏକ ଚିଙ୍ଗୁଡି କାରଖାନା ନିକଟରେ ଥିବା ପାଲବନ୍ଧା ଗୋଦାମ ଉପରେ  ଆଜି ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଗୋଦାମର କାନ୍ଥ କଣା ହୋଇଯାଇଛି। ବ୍ୟବସାୟିକ ଶତ୍ରୁତା କିମ୍ବା ଦାଦାବଟି ଯୋଗୁ ଏହିଭଳି ଏକ ଘଟଣା ଘଟିଥିବା ଅନୁମାନ କରାଯାଉଛି।
 
ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ତିନିଜଣ ଦୁର୍ବୃତ୍ତ ଏକ ବାଇକ୍‍ରେ ଆସି  ପାଲବନ୍ଧା ଗୋଦାମ ନିକଟରେ ପହଞ୍ଚିବା ସହିତ  ପ୍ରଥମେ ଭାଇନା ନାମକ ଜଣେ ବ୍ୟକ୍ତିଙ୍କୁ ଖୋଜିଥିଲେ। ଭାଇନାଙ୍କୁ ନ ପାଇ ତୁରନ୍ତ ଗୋଦାମ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ପ୍ରଥମ ରାଉଣ୍ଡ ଗୁଳି ଘର କାନ୍ଥରେ ବାଜିଥିଲା। ଦ୍ଵିତୀୟ ରାଉଣ୍ଡ ଗୁଳି ବାଜି ଟିଭି କଣା ହୋଇଯାଇଥିଲା। ଭୟରେ ପାଲଗୋଦାମ କର୍ମଚାରୀ ଦୌଡି ପଳାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନେ କେଉଁଆଡ଼କୁ ଫେରାର୍‌ ହୋଇ ଯାଇଥିଲେ। 
 
ଖବର ପାଇ ପାରାଦୀପ ଲକ୍‍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୁଲିସ ଦୁଇଟି ଖୋକା ଜବତ କରିଛି। ବ୍ୟବସାୟିକ ଶତ୍ରୁତା କିମ୍ବା ଦାଦାବଟିକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିନାହିଁ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି।