21 January 2017
10:52:29 PM
image
Sambad News
ଜଗତସିଂହପୁର

ମହିମାଙ୍କ ଜାମିନ ଆବେଦନ

By Sambad | Date: Jan 6 2017 10:36PM
ମହିମାଙ୍କ ଜାମିନ ଆବେଦନ

ଜଗତ୍‍ସିଂହପୁର ଟାଉନ୍‍ : ସିେଓ୍ଵଜ୍‍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ଶିଳ୍ପପତି ମହିମାନନ୍ଦ ମିଶ୍ର ଆଜି ଜାମିନ ଆବେଦନ କରିଛନ୍ତି। ମହିମାଙ୍କ ପକ୍ଷରୁ ତାଙ୍କ ଓକିଲ ଜୟଦେବ ପାଲ୍‍ ଓ ଦିତେନ୍ଦୁ ଖଟୁଆ ଜଗତ୍‍ସିଂହପୁର ଜିଲ୍ଲା ଓ ଦୌରାଜଜ୍‍ଙ୍କ ନିକଟରେ ଜାମିନ ଆବେଦନ କରିଥିବା ଜଣାପଡ଼ିଛି।  ମିଳିଥିବା ସୂଚନା ଅନୁସାରେ, ଜାମିନ ଆବେଦନ ହେବା ପରେ ମାନ୍ୟବର ଅଦାଲତ ମାମଲାର କେସ୍‍ ଡାଏରୀ ମାଗିଛନ୍ତି। ପୋଲିସ କେସ୍‍ଡାଏରୀ ଦାଖଲ କରିବା ପରେ ଏହା ଉପରେ ଶୁଣାଣି ହେବ। 

 
ଜାମିନ ପାଇଁ ମହିମାନନ୍ଦଙ୍କର ଏହା ହେଉଛି ଦ୍ୱିତୀୟ ଆବେଦନ। ଥାଇଲାଣ୍ଡରୁ ଗିରଫ ପରେ ତାଙ୍କୁ ଜଗତ୍‌ସିଂହପୁର ଅଣାଯାଇ କୁଜଙ୍ଗ ଜେଏମ୍‍ଏଫ୍‍ସିଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ସେ ଜାମିନ୍‌ ପାଇଁ ଆବେଦନ କରିଥିଲେ। ମାତ୍ର, ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା।  ଗତ ୪ ତାରିଖ ଦିନ ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ସେ ଏବେ ସମାଗୋଳ ଜେଲ୍‌ରେ ଅଛନ୍ତି।