27 June 2017
7:32:04 AM
image
Sambad News
ରାଜ୍ୟ

ମହିମା ଗଲେ ତାଳଚେର

ସିେଓ୍ଵଜ୍‌ ସିପିଂ ମ୍ୟାନେଜର ହତ୍ୟା ମାମଲା: ଥାନାରେ ହାଜର ହେବାକୁ ୨ ପୁଅ,ଆକାଉଣ୍ଟାଣ୍ଟଙ୍କୁ ନୋଟିସ୍‌

By Sambad | Date: Jan 9 2017 9:17PM
ମହିମା ଗଲେ ତାଳଚେର

ପାରାଦୀପ: ସିେଓ୍ଵଜ୍‌ ସିପିଂ ମ୍ୟାନେଜର୍‌ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ଘଟଣାରେ ଗିରଫ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼ (ଓଏସ୍‌ଏଲ୍‌) ମୁଖ୍ୟ ମହିମାନନ୍ଦ ମିଶ୍ରଙ୍କୁ  ଅନୁଗୁଳ ନିଆଯାଇଛି। ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ କୋଲିଆରି ପୁଲିସ ତାଙ୍କୁ ଦିନିକିଆ ରିମାଣ୍ଡରେ ନେବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ, ଥାନାରେ ହାଜର ହେବା ପାଇଁ ତାଙ୍କର ୨ ପୁଅ ଓ କମ୍ପାନୀର ଜଣେ ଆକାଉଣ୍ଟାଣ୍ଟଙ୍କୁ ନୋଟିସ୍‌ ଜାରି କରାଯାଇଛି।
 

ଗତ  ୪ ତାରିଖ ଦିନ ମହିମାନନ୍ଦ ରିମାଣ୍ଡରେ ଥିବାବେଳେ ଅନୁଗୁଳ ପୁଲିସ୍‌ ତାଙ୍କୁ ପଚରାଉଚରା କରିଥିଲା। ୨୦୧୧ ଜଳାରାମ ଟ୍ରାନସ୍‌ପୋର୍ଟ ଗୁଳିକାଣ୍ଡ ଘଟଣାରେ ତାଙ୍କର କେତେଦୂର ସମ୍ପୃକ୍ତି ରହିଛି କିମ୍ବା ନାହିଁ ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲା। ତେବେ, ଏହି ଘଟଣାରେ ଅଧିକ ତଥ୍ୟ ହାସଲ କରିବା ପାଇଁ କୋଲିଆରି ପୁଲିସ୍‌ ଆବେଦନ କରିଥିଲେ।   ପରେ,  ତାଳଚେର କୋର୍ଟ ଏ ନେଇ ଆବେଦନ କରିବା ପରେ କୁଜଙ୍ଗ ଜେଏମ୍‌ଏଫ୍‌ସି ଅନୁମତି ପ୍ରଦାନ କରିଥିଲେ।  ସକାଳେ ଅନୁଗୁଳ ପୁଲିସ କଡ଼ା ସୁରକ୍ଷା ଭିତରେ ମହିମାନନ୍ଦଙ୍କୁ କୁଜଙ୍ଗ ସମାଗୋଳ ଜେଲରୁ ସାଂଗରେ ନେଇ ଯାଇଥିଲେ।
 

ଅନ୍ୟପକ୍ଷରେ,   ପାରାଦୀପ ପୁଲିସ ମହିମାନନ୍ଦଙ୍କ ଦୁଇ ପୁଅ ଚନ୍ଦନ ମିଶ୍ର ଓ ଚର୍ଚ୍ଚିତ ମିଶ୍ର ଏବଂ  ତାଙ୍କ କଂପାନିର ଜଣେ ଆକାଉଣ୍ଟାଣ୍ଟ ରବୀନ୍ଦ୍ର ଦଳେଇଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍‌ ଦେଇଛି। ଏଥିରେ ୧୧ ତାରିଖ ସୁଦ୍ଧା ହାଜର ହେବାକୁ କୁହାଯାଇଛି।  ପାରାଦୀପ ଥାନାଧିକାରୀ ଶୁଭ୍ରାଂଶୁ ନାୟକ କହିଛନ୍ତି ଯେ, ମହିମାନନ୍ଦ ଫେରାର ଥିବା ବେଳେ ତାଙ୍କ ଆକାଉଣ୍ଟ୍‌କୁ ଟଙ୍କା କାରବାର ସଂପର୍କରେ ସେମାନଙ୍କୁ ପଚରାଉଚରା କରାଯିବ।