23 September 2017
8:03:59 PM
Sambad News
ଯାଜପୁର

କଳିଙ୍ଗ ନଗର ଗୁଳିକାଣ୍ଡକୁ ୧୧ବର୍ଷ ପୂରିଲା : ଦୁଇ ସଂଗଠନ ପାଳିଲେ ସମାନ୍ତରାଳ ସହିଦ ଦିବସ

By Sambad | Date: Jan 2 2017 5:09PM
କଳିଙ୍ଗ ନଗର ଗୁଳିକାଣ୍ଡକୁ  ୧୧ବର୍ଷ ପୂରିଲା : ଦୁଇ ସଂଗଠନ ପାଳିଲେ ସମାନ୍ତରାଳ ସହିଦ ଦିବସ

ଯାଜପୁର: କଳିଙ୍ଗ ନଗର ଗୁଳିକାଣ୍ଡକୁ ପୂରିଛି ୧୧ବର୍ଷ। ଯାଜପୁର ଜିଲ୍ଲା କଳିଙ୍ଗ ନଗରରେ ସୋମବାର ଦୁଇଟି ସଙ୍ଗଠନ ପକ୍ଷରୁ ସମାନ୍ତରାଳ ଭାବେ ଏହାର ସ୍ମୃତିରେ ସହିଦ ଦିବସ ପାଳନ କରାଯାଇଛି। ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ୨୦୦୬ରେ ହୋଇଥିବା ଗୁଳିକାଣ୍ଡର ୧୧ ବର୍ଷ ପୂର୍ତ୍ତି ପାଳନ କରାଯାଇ ଏକ ବିଶାଳ ଶୋଭାଯାତ୍ରା  ବାହାରି  ବୀରଭୂମି ଗୋବରଘାଟିଠାରେ ପହଞ୍ଚି ଥିଲା। ସେଠାରେ ସହିଦଙ୍କ ସ୍ମୃତିରେ ଆଦିବାସୀମାନଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ପତକା ଉତ୍ତୋଳନ କରାଯାଇ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିସ୍ଥାପନ ବିରୋଧୀ ଜନମଞ୍ଚର ସମ୍ପାଦକ ରବୀନ୍ଦ୍ର ଜାରିକା ଯୋଗ ଦେଇଥିଲେ। 
 
ସେହିଭଳି ବିସ୍ଥାପନ ଉନ୍ନୟନ ପରିଷଦ ପକ୍ଷରୁ କଳିଙ୍ଗ ନଗର ଟାଟା କୋଲୋନି ପରିସରରେ ସମାନ୍ତରାଳ ଭାବେ ସହିଦ ଦିବସ ପାଳନ ହୋଇଥିଲା। ଏଥିରେ ବୀରେନ୍ଦ୍ର ଜାମୁଣ୍ଡା, ବିନୋଦ ହେମ୍ବ୍ରମ୍‌, ରବି ଜାମୁଣ୍ଡା ଓ ଧୃବ ମହାନ୍ତି ପ୍ରମୁଖ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଥିଲେ। ଏଥିସହିତ  ଟାଟା କମ୍ପାନି ଯେପରି ଭାବେ ବିସ୍ଥାପିତ ପରିବାରଙ୍କୁ ଅଣଦେଖା କରୁଛି ତାହାକୁ ବିରୋଧ କରି ଯୁଦ୍ଧଂଦେହୀ ଡାକରା ଦେଇଥିଲେ।
 
ଏଠାରେ ଉଲ୍ଲେଖଯେଗ୍ୟ କି, ୨୦୦୬ ମସିହା ଜାନୁଆରି ୨ରେ ଟାଟା କମ୍ପାନିର ପାଚେରୀ ନିର୍ମାଣକୁ ନେଇ ପୁଲିସ ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ପୁଲିସ ଗୁଳିରେ ୧୪ ଜଣ ଆଦିବାସୀ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ପ୍ରାଣ ହରାଇଥିଲେ।

image