30 March 2017
8:04:28 AM
Sambad News
ଯାଜପୁର

ମୁହଁରେ ବନ୍ଦା ହୋଇଛି ଅଖା

ପୂଜ୍ୟପୂଜାଙ୍କୁ ଏମିତିକା ସମ୍ମାନ

By Sambad | Date: Jan 7 2017 11:43AM
ମୁହଁରେ ବନ୍ଦା ହୋଇଛି ଅଖା

ଯାଜପୁରସଦର: ପୂଜ୍ୟପୂଜାଙ୍କୁ ସମ୍ମାନ ଏମିତିକା। ଦୀର୍ଘଦିନ ହେଲା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତିରେ ଅଖାବନ୍ଧା ହୋଇ ଥୁଆ ହୋଇଛି। ଅନାବରଣ ହେଉନାହିଁ। କ’ଣ ପାଇଁ ପ୍ରତିମୂର୍ତିଟି ଥୁଆହୋଇଛି, କାହା ପାଖରେ ଉତ୍ତର ନାହିଁ। ଖୋଦ୍‌ ଡିପିସି ଅଫିସ୍‌ରେ ଏମିତି ହୋଇଛି। ଯାଜପୁରସହରର ବୈଦ୍ୟରାଜପୁର ଠାରେ  ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମୁଖରେ ବହୁ ଦିନ ହେବ ସର୍ବ ପଲ୍ଲୀ ରାଧାକୃଷ୍ଣନ୍‍ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇ ରହିଛି। ସର୍ବଶିକ୍ଷା ଅଭିଯାନ ଜରିଆରେ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରୁଛନ୍ତି। ଯେଉଁଥି ପାଇଁ ଅଭିଜ୍ଞ ଶିକ୍ଷକ ଓ କର୍ମଚାରୀ ମଧ୍ୟ ନିଯୁକ୍ତି କରିଛନ୍ତି।

ସର୍ବଶିକ୍ଷା ଅଭିଯାନ, ଯାଜପୁରର ମୁଖ୍ୟ କାର୍ଯ୍ୟାଳୟରେ ଏକ ମହାନ ବ୍ୟକ୍ତିଙ୍କୁ ଅସମ୍ମାନିତ ଅବସ୍ଥାରେ ବହୁ ଦିନ ହେବ ରଖାଯାଇଛି। ଯାହାକି କର୍ମଚାରୀ ଓ ଅଧିକାରୀଙ୍କ ଅଭିଜ୍ଞତା  ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏହା ଏକ ଭଲ ପଦକ୍ଷେପ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ  ସଂପୂର୍ଣ୍ଣ ହୋଇଛି। କେବଳ ନାମ ଫଳକ ଲାଗିବା ବାକି ରହିଛି। ହେଲେ ଦୀର୍ଘ ଦୁଇ ମାସ ହେବ ମହାନ ବ୍ୟକ୍ତିତ୍ଵଙ୍କ ମୁହଁରେ ଅଖା ବନ୍ଧା ଯାଇ ରଖାଯାଇଛି।