26 March 2017
10:30:02 PM
Sambad News
ଯାଜପୁର

ବରୀରେ ନିର୍ବାଚନୀ ହିଂସା:ଓ୍ଵାର୍ଡ ମେମ୍ବର ନିଖୋଜ

ରକ୍ତଲଗା କୋଦାଳ ବେଣ୍ଟ ଜବତ କଲା ପୁଲିସ, ୩ ଅଟକ

By Sambad | Date: Jan 12 2017 2:12PM
ବରୀରେ ନିର୍ବାଚନୀ ହିଂସା:ଓ୍ଵାର୍ଡ ମେମ୍ବର ନିଖୋଜ

 
ବରୀ/ଯାଜପୁର: ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇ ଯାଇଛି ପ୍ରାକ୍‌ ନିର୍ବାଚନୀ ହିଂସା। ଏପରିକି  ପ୍ରମୋଦ ମଲ୍ଲିକ ନାମକ ଜଣେ ପୂର୍ବତନ ଓ୍ଵାର୍ଡ ମେମ୍ବର ଗତକାଲିଠାରୁ ନିଖୋଜ ଥିବା ବେଳେ  ଗୋଟିଏ ସ୍ଥାନରେ ବାଲିରେ ରକ୍ତ ଭିଜିଥିବା ଓ ସେଠରେ ଏକ ରକ୍ତଲଗା  କୋଦାଳ ବେଣ୍ଟ ପଡ଼ିଥିବାରୁ ତାଙ୍କୁ ଆକ୍ରମଣ ହୋଇଥିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ସନ୍ଦେହରେ ୩ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି।
 ମିଳିଥିବା ସୂଚନା ଅନୁଯାୟୀ,  ରତଳାଙ୍ଗ ପଞ୍ଚାୟତର ୫ ନମ୍ବର ଓ୍ଵାର୍ଡର ପ୍ରମୋଦ ମଲ୍ଲିକ(୫୧ ବର୍ଷ)ଙ୍କର ଗତକାଲି ସନ୍ଧ୍ୟାଠାରୁ କୌଣସି ପତ୍ତା ମିଳୁନାହିଁ। ତେବେ ଗାଁ ପାଖରେ ଥିବା ସ୍କୁଲର ନୂଆ ଘର ତିଆରି ପାଇଁ ଜମା ହୋଇଥିବା ବାଲିରେ ରକ୍ତ ଜମାଟ ବାନ୍ଧିିଥିବା ବେଳେ ସେଠାରେ ଏକ ରକ୍ତଲଗା କୋଦାଳ ବେଣ୍ଟ ପଡ଼ିଥିବା  ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଛନ୍ତି। ପୁଲିସ ରକ୍ତଲଗା କୋଦାଳ ବେଣ୍ଟକୁ ଜବତ କରିଥିବା ବେଳେ ୩ ଜଣଙ୍କୁ ସନ୍ଦେହରେ ପଚରାଉଚରା କରୁଛି । ଏନେଇ ଶ୍ରୀ ମଲ୍ଲିକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି।