24 July 2017
7:55:06 AM
image
Sambad News
ଯାଜପୁର

ଯାଜପୁର: ଦୁର୍ଘଟଣାରେ ୪ ମୃତ

By Sambad | Date: Jan 9 2017 10:06AM
ଯାଜପୁର: ଦୁର୍ଘଟଣାରେ ୪ ମୃତ

ଯାଜପୁର: ଆଜି ସକାଳେ କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ଏକ କାର୍‌ ଯାଜପୁର ଜିଲ୍ଲା ଜାରକା ନିକଟରେ ଏକ କାର୍‌ ସହିତ ଧକ୍‌କା ହୋଇଛି। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
 ମିଳିଥିବା ସୂଚନା ଅନୁଯାୟୀ,  ପଶ୍ଚିମବଙ୍ଗ ରାମନଗର ଥାନା ଅନ୍ତର୍ଗତ ଚନ୍ଦନପୁର ଅଞ୍ଚଳର  ୪ ଜଣ ଏକ କାର ଯୋଗେ ପୁରାୀ ଅଭିମୁଖେ ଆସୁଥିବା ବେଳେ କୁହୁଡ଼ି ଯୋଗୁଁ ଡ୍ରାଇଭର କାରକୁ ନେଇ ଏକ ଟକ୍‌ ପଛପଟେ ପିଟିଦେଇଥିଲେ। ଫଳରେ ଘଟଣାସ୍ଥଳରେ ଶୀଲା ଘୋଷ, ବିନୋଦିନରୀ ମାନା, ଶିବରାମ ମାନା ଓ ତପନ ସାହୁଙ୍କର ମୃତ୍ୟୁ ଘଟିଛି।