25 June 2017
9:07:03 AM
Sambad News
ରାଜ୍ୟ

ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ : ଅର୍ତିଆଠାରେ ରାଜ୍ୟସ୍ତରୀୟ ସମାବେଶ ୩ରେ

୨୦ ଦିନରେ ପହଞ୍ଚିଲା ଅକ୍ଷୟ କୁମାରଙ୍କ ଅନଶନ

By Sambad | Date: Dec 31 2016 9:55PM
ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ : ଅର୍ତିଆଠାରେ ରାଜ୍ୟସ୍ତରୀୟ ସମାବେଶ ୩ରେ

ଯାଜପୁର/ଯୋକଡିଆ :  ଆସନ୍ତା ୩ ତାରିଖ ଦିନ ସମଗ୍ର ରାଜ୍ୟରେ  ପାଳନ ହେବ କୃଷକ ଅଧିକାର ଦିବସ।  ଯାଜପୁର ଜିଲ୍ଲା ରସୁଲପୁର ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ଅର୍ତିଆ କୁସୁନୁପୁର ଯାତ୍ରା ପଡ଼ିଆରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ କୃଷକ ଦିବସ। ସେହିଦିନ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଅନଶନ ଭଙ୍ଗ କରିବେ। ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ୍‍ରୁ ହଜାର ହଜାର ଚାଷୀ ଏହି ଦିନ ଉପବାସ ପାଳନ କରିବେ। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହା ଘୋଷଣା କରାଯାଇଛି। 
 
ସୂଚନା ଅନୁସାରେ, ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଓ ଶତାଧିକ ଗଣ ସଂଗଠନର ନେତୃମଣ୍ଡଳୀ ଯୋଗ ଦେଇ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିସହିତ ସେହିଦିନ ଅର୍ତିଆ କୁସୁନୁପୁରରୁ କୃଷକ ଅଧିକାର ଯାତ୍ରା ସକାଶେ ସଂଗଠନର କର୍ମକର୍ତା ସମଗ୍ର ରାଜ୍ୟ ପରିକ୍ରମା ପାଇଁ ଶୁଭାରମ୍ଭ କରାଯିବ। 
 
ଆଜି ଜିଲ୍ଲା ସଂଯୋଜକ ନିମାଇଁ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଉପସଭାପତି ଡ. ବିଜୟ କୁମାର ସ୍ୱାଇଁ, ସଂପାଦକ ରମାକାନ୍ତ ମଣ୍ଡଳ ପ୍ରମୁଖ ଅନଶନରେ ଯୋଗଦେଇ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। କଟକର ପ୍ରଗତ୍‍ିଶୀଳ ଓକିଲ ସଂଘର ଉପସଭାପତି ଆଡଭୋକେଟ୍‍ କ୍ଷୀରୋଦ ରାଉତ, ଉପସଭାପତି ମନୋଜ ମହାନ୍ତି ଅନଶନରେ ଯୋଗଦେଇ ସମର୍ଥନ ଜଣାଇଛନ୍ତି। ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ, ସାମାଜିକ କର୍ମୀ ସସ୍ମିତା ଜେନା, ଖଗେଶ୍ୱର ବଳ, ପ୍ରିୟନାଥ ଆଚାର୍ଯ୍ୟ, ଧର୍ମଶାଳା ସଂଯୋଜକ ବସନ୍ତ କୁମାର ପରିଡ଼ା, ରାଜ୍ୟ ସହ ସଂଯୋଜକ ଶେଷଦେବ ନନ୍ଦ, ଛାତ୍ର ସଂଗଠନ ଉପଦେଷ୍ଟା ଅଶୋକ ଜେନା, ଧନେଶ୍ୱର ଜେନା, କୁଳମଣି ଦାସ, ରସୁଲପୁର ସଂଯୋଜକ ମୁକୁନ୍ଦଦେବ ମହାନ୍ତି, ସହସଂଯୋଜକ ରମେଶ ଜେନା, ବିଚିତ୍ର ସ୍ୱାଇଁ ପ୍ରକାଶ ଚନ୍ଦ୍ର ମହାନ୍ତି, ଉପଦେଷ୍ଟା ସୁଧୀର ଚନ୍ଦ୍ର ନାୟକ ପ୍ରମୁଖ ଶତାଧିକ କୃଷକ ନେତା ଓ ଚାଷୀ ଆଜି ଅନଶନରେ ଯୋଗ ଦେଇଥିବା ଜଣାପଡ଼ିଛି।