28 April 2017
4:03:37 AM
image
Sambad News
ରାଜ୍ୟ

୩ରେ ରାଜ୍ୟବ୍ୟାପୀ ସମୂହ ଅନଶନ, ଗାଁ ଗାଁରେ ହେବ ଚାଷୀମେଳି

ଚାଷୀ ଆନ୍ଦୋଳନ ପ୍ରତି ସମର୍ଥନର ସୁଅ ଛୁଟୁଛି

By Sambad | Date: Jan 2 2017 5:50AM
୩ରେ ରାଜ୍ୟବ୍ୟାପୀ ସମୂହ ଅନଶନ, ଗାଁ ଗାଁରେ ହେବ ଚାଷୀମେଳି

ଅକ୍ଷୟ କୁମାରଙ୍କ ଅନଶନ ୨୧ଦିନରେ
ଅର୍ତିଆରେ ଏକାଠି ହେବେ ହଜାର ହଜାର ଚାଷୀ
ଚାଷୀ ଆନ୍ଦୋଳନ ନିକଟରେ ସରକାର ହାର ମାନିଛନ୍ତି: ପୂର୍ବତନ ମନ୍ତ୍ରୀ
 
ଯାଜପୁର/ଯୋକଡ଼ିଆ :  ପ୍ରାଇସ୍‍, ପ୍ରେଷ୍ଟିଜ୍‍, ପେନ୍‍ସନ୍‍ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ଆରମ୍ଭ କରିଥିବା ଆନ୍ଦୋଳନ ଦିନକୁ ଦିନ ଜନ ଆନ୍ଦୋଳନର ରୂପ ନେବାରେ ଲାଗିଛି। କୃଷକ ଆନ୍ଦୋଳନ ପ୍ରତି ସମର୍ଥନର ସୁଅ ଛୁଟିବା ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ, ସଂଗଠନ ଓ ସଂସ୍ଥାର ପ୍ରତିନିଧିମାନେ ସାମିଲ ହୋଇ ଚାଷୀମାନଙ୍କ ଦାବି ଓ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଆସନ୍ତା ୩ ତାରିଖରେ ରାଜ୍ୟବ୍ୟାପୀ ସମୂହ ଅନଶନ କରାଯିବା ସହିତ ଗାଁ ଗାଁରେ ହେବ ଚାଷୀ ମେଳି।
 
ରସୁଲପୁର ବ୍ଲକ୍‍ ଅର୍ତିଆ ଠାରେ  ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅନଶନ ଆଜି ୨୧ ଦିନରେ ପହଞ୍ଚିଛି। ଅନଶନ ସ୍ଥଳରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୀତାକାନ୍ତ ମହାପାତ୍ର ପହଞ୍ଚି ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ ସରକାରଙ୍କର ଚାଷ ଓ ଚାଷୀଙ୍କ ପ୍ରତି ଆକ୍ରୋଶ କାର୍ଯ୍ୟକଳାପକୁ କଟୁ ଭାଷାରେ ସମାଲୋଚନା  କରିଛନ୍ତି। ସରକାର ଏହି କୃଷକ ସଂଗଠନ ଆଗରେ ଏବେ ନଇଁ ପଡ଼ିଛନ୍ତି ବୋଲି କହିଥିଲେ।
 
୩ ତାରିଖରେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଳକ୍‍ ଅନ୍ତର୍ଗତ ଅର୍ତିଆ କୁସୁନପୁର ଯାତ୍ରା ପଡ଼ିଆରେ ରାଜ୍ୟସ୍ତରୀୟ କୃଷକ ଅଧିକାର ଦିବସ ଅନୁଷ୍ଠିତ ହେବ। ସେଥି ପାଇଁ ଅର୍ତିଆ କୁସୁନୁପୁର ଗ୍ରାମର ପ୍ରତ୍ୟେକ ଚାଷୀ, ଯୁବକ ସଂଗଠନ, ଛାତ୍ରଛାତ୍ରୀ, ମହିଳା ଓ ସ୍ୱେଚ୍ଛାସେବୀମାନେ ମିଳିତ ହୋଇ କୃଷକ ଅଧିକାର ଦିବସ ପାଳନ କରିବାକୁ  ଲାଗିପଡିଛନ୍ତିା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ଏକାଧିକ ରାଜନୈତିକ ଦଳର ନେତା, ଜନ ଆନ୍ଦୋଳନକାରୀ ସଂଗଠନର ପ୍ରତିନିଧି ଯୋଗ ଦେବେ। ଆସନ୍ତା ୩ ତାରିଖରେ ଅକ୍ଷୟ କୁମାରଙ୍କ ଅନଶନ ଭଙ୍ଗ କରାଯାଇ ରାଜ୍ୟ ବ୍ୟାପି ଚାଷୀ ଆନ୍ଦୋଳନକୁ  ନୂତନ ଢଙ୍ଗରେ ଆରମ୍ଭ ହେବ। 
 
କଂଗ୍ରେସ ଉପସଭାପତି କୁଳମଣି ସ୍ୱାଇଁ, ମାନବାଧିକାର କର୍ମୀ ସତ୍ୟ କୁମାର ଦାଶ, ସାମ୍ବାଦିକ ଉମାକାନ୍ତ ଜେନା, ଯାଜପୁର ଜିଲ୍ଳା ସଂଗଠନର ଉପଦେଷ୍ଟା ଗଗନ ବିହାରୀ ସାମଲ, କଟକ ଜିଲ୍ଲା ସଂଯୋଜକ ଶୁଭେନ୍ଦୁ ମଲିକ, ଉପଦେଷ୍ଟା ଶିଶିର କୁମାର ସାମଲ, ସାଲେପୁର ମାହାଙ୍ଗା ସଚେତନ ନାଗରିକ ମଂଚ ସଭ୍ୟ ସଚିଦାନନ୍ଦ ବଳ, ବିଜୟ କୁମାର ବେହେରା, ମୃତ୍ୟୁଞ୍ଜୟ ନାୟକ, ରାମଚନ୍ଦ୍ର ଦାସ, ବରୀର ହେମନ୍ତ କୁମାର ଦାଶ, ସାମାଜିକ କର୍ମୀ ସୁଧାଂଶୁ ଦେଓ, ସ୍ତମ୍ଭକାର ଓମ୍‍ ପ୍ରକାଶ, ଶିକ୍ଷକ ନେତା ଲୋକନାଥ ଦାସ ପ୍ରମୁଖ ବହୁ ନେତୃମଣ୍ଡଳୀ ଅନଶନ ସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଯାଜପୁର ଜିଲ୍ଲା ସଂଯୋଜକ ନିମାଇଁ ଚରଣ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲେଚାନା ଚକ୍ରରେ ରାଜ୍ୟ ସହ ସଂଯୋଜକ ଶେଷଦେବ ନନ୍ଦ ଜିଲ୍ଲା ସହ ସଂଯୋଜକ ଦୁର୍ଗା ପ୍ରସାଦ ଦାଶ, ରସୁଲପୁର ସହ ସଂଯୋଜକ ପ୍ରକାଶ ମହାନ୍ତି, ମକରଧ୍ୱଜ ରାଉତ, ବଚିତ୍ର ସ୍ୱାଇଁ, ଅକ୍ଷୟ କୁମାର ସ୍ୱାଇଁ, ପ୍ରକାଶ ସ୍ୱାଇଁ, ସନାତନ ସ୍ୱାଇଁ ପ୍ରମୁଖ ଶତାଧିକ କୃଷକ ନେତା ଓ ଚାଷୀ ଅନଶନରେ ଯୋଗ ଦେଇଥିଲେ।

image