24 June 2017
9:12:30 AM
Sambad News
ଝାରସୁଗୁଡ଼ା

ରେଳଧାରଣାରୁ ମିଳିଲା ଓଏସ୍‌ଏପି ହାବିଲଦାରଙ୍କ ମୃତଦେହ

By Sambad | Date: Dec 26 2016 4:38AM
ରେଳଧାରଣାରୁ ମିଳିଲା ଓଏସ୍‌ଏପି ହାବିଲଦାରଙ୍କ ମୃତଦେହ
Photo by : sambad.in

ଝାରସୁଗୁଡ଼ା : ଗୌଡ଼ପାନପାଲି-ବାଗଡ଼ିହି ଷ୍ଟେସନ ମଧ୍ୟବର୍ତ୍ତି ଅଘରିଆ ବାଗଡିହି ନିକଟ ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିଲା। ରବିବାର ସକାଳେ ଝାରସୁଗୁଡ଼ା ରେଳବାଇ ପୁଲିସ ଘଟଣାସ୍ଥଳକୁ ଯାଇ ଜାଣିବାକୁ ପାଇଥିଲା ମୃତ ବ୍ୟକ୍ତି ଜଣକ ରାଉରକେଲା ଓଏସ୍‌ଏପି ଚତୁର୍ଥ ବାଟାଲିଅନର ଜଣେ ହାବିଲଦାର। ତାଙ୍କ ନାଁ ଦୁର୍ଯ୍ୟୋଧନ ବାରା (୪୧)। ଦୁର୍ଯ୍ୟୋଧନଙ୍କ ଘର ଝାରସୁଗୁଡ଼ା ବାଲିଯୋରୀ ଓରାମପଡ଼ାରେ। ଶନିବାର ରାତିରେ ଦୁର୍ଯ୍ୟୋଧନ, ତାଙ୍କ ସ୍ତ୍ରୀଙ୍କୁ ଫୋନ୍‌ରେ ଝାରସୁଗୁଡ଼ା ଟ୍ରେନରେ ଆସୁଥିବା ଜଣାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ରେଳଧାରଣାରୁ ମଳିଥିଲା। ରେଳବାଇ ପୁଲିସ ମୃତଦେହ ଜବତ କରିବା ପରେ ଶବ ବ୍ୟବଚ୍ଛେଦ କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା।