27 March 2017
12:19:47 AM
Sambad News
ଝାରସୁଗୁଡ଼ା

ପକ୍କା ଘର ନିର୍ମାଣ ପାଇଁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

By Sambad | Date: Dec 27 2016 4:40AM
ପକ୍କା ଘର ନିର୍ମାଣ ପାଇଁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

ଝାରସୁଗୁଡ଼ା: ରାଜ୍ୟ ସରକାରଙ୍କ ଆବାସ ଯୋଜନାରେ ସହରାଞ୍ଚଳରେ ପକ୍କା ଘର ନିର୍ମାଣ ପାଇଁ ଝାରସୁଗୁଡ଼ାରେ ସୋମବାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏଥିପାଇଁ ଟାଉନହଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଝାରସୁଗୁଡ଼ା ନଗରପାଳ ହରିଶ ଗଣତ୍ରା। ତାଙ୍କ ସହ ମଂଚାସୀନ ଥିଲେ ବରଗଡ଼ ଲୋକସଭା ସାଂସଦଙ୍କ ପ୍ରତିନିଧି ମନୋରଞ୍ଜନ ମହାପାତ୍ର, ପୌରନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ଏବଂ କାଉନସିଲର।

ସଂଯୋଜନା କରିଥିଲେ ମଦନାନନ୍ଦ ସେଠ୍‌। କାଉନସିଲର ବେଣୁଗୋପାଳ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଯୋଜନାରେ ଗରିବ ଲୋକେ ଉପକୃତ ହେବେ ବୋଲି କହିଥିଲେ। ଏହି ଅବସରରେ ନଗରପାଳ ପୌରାଞ୍ଚଳରେ ମୋଟ୍‌ ୧୯୮ ହିତାଧିକାରୀଙ୍କୁ ଏହି କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।