23 May 2017
6:34:36 AM
image
Sambad News
ଝାରସୁଗୁଡ଼ା

ଝାରସୁଗୁଡ଼ାରେ ଆଇ.ସିି.ଏ.ଆଇ'ର ଶାଖା ଉଦ୍‌ଘାଟିତ

By Sambad | Date: Dec 30 2016 10:47AM
ଝାରସୁଗୁଡ଼ାରେ ଆଇ.ସିି.ଏ.ଆଇ'ର ଶାଖା ଉଦ୍‌ଘାଟିତ


ଝାରସୁଗୁଡ଼ା: ହୋଟେଲ ଉତ୍କଳ କଣ୍ଟିନେଣ୍ଟାଲରେ ଗୁରୁବାର ଝାରସୁଗୁଡ଼ା ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ କାଉନସିଲ ଅଫ୍‌, ଇନଷ୍ଟିଚ୍ୟୁଟ ଅଫ୍‌ ଚାର୍ଟଡ ଆକାଉଣ୍ଟାନ୍‌ସ ଅଫ୍‌ ଇଣ୍ଡିଆର (ଆଇ.ସିି.ଏ.ଆଇ) ଝାରସୁଗୁଡ଼ା ଶାଖା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଇ.ସିି.ଏ.ଆଇର ସଭାପତି ଏମ୍‌. ଦେବରାଜ ରେଡ୍ଡୀ ନୂଆ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ କରାଯାଇଥିଲା। ଏହାପରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଅତିଥି ବୃନ୍ଦ। ସମାରୋହର ଉଦଘାଟନୀ ଉତ୍ସବ ପରେ ଆୟୋଜିତ ଆଲୋଚନାଚକ୍ରରେ ବିଶେଷଜ୍ଞମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଶ୍ରୀ ରେଡ୍ଡୀ କହିଥିଲେ ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ସଦା ସର୍ଦବା ପ୍ରସ୍ତୁତ ରହିଛନ୍ତି। ଏଥିରେ ଯୁବ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ମଧ୍ୟ ସାମିଲ ହେଉଛନ୍ତି। ଅତିଥି ଭାବେ ସଂଗଠନର କେନ୍ଦ୍ରୀୟ ପରିଷଦ ସଦସ୍ୟ ଓ ଆଞ୍ଚଳିକ ପରିଷଦ ସଦସ୍ୟଙ୍କ ମଧ୍ୟରେ ସୋନୁ ଜୈନ, ରଞ୍ଜିତ ଅଗ୍ରୱାଲ, ସୁଶୀଲ ଗୋୟଲ, ଝାରସୁଗୁଡ଼ା ଶାଖାର ଅଧ୍ୟକ୍ଷ ମହେନ୍ଦ୍ର କେଡିଆ, ନବୀନ ଏନ୍‌.ଡି ଗୁପ୍ତା, ଦେବାଶିଷ ମୈତ୍ର ଓ ନାରାୟମ କେଡ଼ିଆ ପ୍ରମୁଖ ମଂଚାସୀନ ହୋଇଥିଲେ।

ଝାରସୁଗୁଡ଼ା ଶାଖାର ଅଧ୍ୟକ୍ଷ ଭାବେ ମହେନ୍ଦ୍ର କେଡିଆ, ଉପାଧ୍ୟକ୍ଷ ଭାବେ ହିମାଂଶୁ ଶେଖର ବଡ଼ପଣ୍ଡା, ସମ୍ପାଦକ ଭାବେ ନାରାୟଣ କେଡିଆ, କୋଷାଧ୍ୟକ୍ଷ ଭାବେ ମନିଷ ଡିଡୱାନିଆ, ସଦସ୍ୟ ଭାବେ ସୁରେଶ ବୋନ୍ଦିଆ ଓ ଅମିିତ ଅଗ୍ରୱାଲଙ୍କୁ ଚୟନ କରାଯାଇଛି। କାର୍ଯ୍ୟକ୍ରମରେ ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ, ଆୟକର ବିଭାଗ ଅଧିକାରୀ, ବରିଷ୍ଠ ନାଗରିକ, ଶିକ୍ଷାବିତ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

image